ଚମ୍ପୁଆ : ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଳଗୋବିନ୍ଦ ବାରିକ ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ତିନି ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ଯୋଡ଼ା ଥାନା କଣ୍ଡରା ଗ୍ରାମର ପରମେଶ୍ବର ନାଏକ, ଜିତୁ ନାଏକ ଓ ପବିତ୍ର ନାଏକ। ଦୁଇ ବର୍ଷ ତଳେ ଯୋଡ଼ା ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ୫ ମାସର ଶିଶୁକୁ ନେଇ ସାନ ଭଉଣୀ ସହ ଘରକୁ ଫେରୁଥିଲେ। ବାଟରେ ଅଭିଯୁକ୍ତମାନେ ମହିଳା ଓ ତାଙ୍କ ଶିଶୁକୁ ଜଙ୍ଗଲ ଭିତରକୁ ଟାଣି ନେବା ପରେ ଏକ ପୋଖରୀ ପାହାଚରେ ଶିଶୁଟିକୁ ଶୁଆଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ସାନ ଭଉଣୀ ଏ ସମ୍ପର୍କରେ ତାଙ୍କ ମାଉସୀକୁ ଜଣାଇବା ପରେ ଗ୍ରାମବାସୀ ଆସି ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ କାବୁ କରି ବିଲେଇପଦା ଫାଣ୍ଡିରେ ଜିମା ଦେଇଥିଲେ।ମହିଳାଙ୍କ ଭାଇର ଅଭିଯୋଗକ୍ରମେ ଯୋଡ଼ା ଥାନାରେ କେସ୍ ନମ୍ୱର ୬୫/୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଏହାକୁ ଏକ ରେଡ୍ଫ୍ଲାଗ ମାମଲା ଭାବେ ବିବେଚନା କରି ଅଭିଯୁକ୍ତ ପରମେଶ୍ବର, ଜିତୁ ଓ ପବିତ୍ରକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅଦାଲତ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇ ତ୍ବରିତ ନ୍ୟାୟ ପ୍ରଦାନ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଓ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାଛଡ଼ା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବେ। ଏହି ମାମଲାକୁ ସରକାରୀ ଓକିଲ ମଧୁସୂଦନ ପତି ପରିଚାଳନା କରୁଥିଲେ।
ଚମ୍ପୁଆ : ତିନି ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍
/sambad/media/post_attachments/wp-content/uploads/2019/08/xtiharjail44444-1566729005.jpg.pagespeed.ic_.Uj21hD7xb3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)