ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେନାମା ଅନୁଯାୟୀ ଭାରତୀୟ ରେଳବାଇ ଦକ୍ଷିଣ-ପୂର୍ବ ରେଳ ଜୋନର ପ୍ରଶାସନ ଦ୍ଵାରା ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ତିନୋଟି-ନୂତନ ରେଳ-ଲାଇନ ସଂଯୋଗୀକରଣ କାର୍ଯ୍ୟ-ସମ୍ପାଦନ ହେତୁ ଜମି ଅଧିଗ୍ରହଣ କାର୍ଯ୍ୟରେ ସହଯୋଗ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି ଏବଂ ତାହାର ଅନ୍ତିମ ଦିବସ ଆଗାମୀ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଦିଆଯାଇଛି।।
Advertisment
ଏହି ସୂଚନା ପ୍ରଦାନ କରାଯାଇଥିବାରୁ ଜିଲ୍ଲାର ସାଧାରଣ ଜନତା ଦଳ ନିର୍ବିଶେଷରେ ଦେଶର ମହାମହିମ ଦ୍ରୋପଦୀ ମୁର୍ମୁଙ୍କୁ ଏବଂ କେନ୍ଦ୍ର ସରକାରଙ୍କ ସହିତ ରେଳମନ୍ତ୍ରୀଙ୍କୁ ଓ ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ /ଡିଆରଏମ ଚକ୍ରଧରପୁର ସହିତ ସମସ୍ତ ରେଳବାଇ ଉଛ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସହିତ ଧନ୍ୟବାଦ ଜଣାଉଛନ୍ତି। ମୟୂରଭଞ୍ଜ ଜିଲ୍ଲାର ତିନୋଟି ରେଳ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାର ବାଦାମପହାଡ଼ ଠାରୁ କେନ୍ଦୁଝର ନୂଆ ରେଳଲାଇନ ସଂଯୋଗୀକରଣ, ଗୋରୁମାହିଷାଣୀ ଠାରୁ ବାଙ୍ଗରିପୋଷି ନୂତନ ରେଳଲାଇନ ସଂଯୋଗୀକରଣ ଓ ବାଙ୍ଗରିପୋଷି ଠାରୁ ଚାକୁଳିଆ ନୁତନ ରେଳପଥ ସଂ‌ଯୋଗୀକରଣ ପ୍ରକଳ୍ପକୁ ସଂଯୋଗୀକରଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କାରଯାଇଛି।