ରାଉରକେଲା ଦେଇ ଚାଲିବ ତିନି ହୋଲି ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା: ଆସନ୍ତା ହୋଲି ପର୍ବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ୧୪ ହୋଲି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବାକୁ ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ନିଷ୍ପତ୍ତ ନିଆଯାଇଛି। ଏଥିମଧ୍ୟରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ ରାଉରକେଲା ଦେଇ ଚଳାଚଳ କରିବ। ସନ୍ତ୍ରାଗାଚ୍ଛି- ହୁବ୍‌ବାଲି ହୋଲି ସ୍ବତନ୍ତ୍ର ଆସନ୍ତା ୨୭ ସଂଧ୍ୟା ୬ଟାରେ ସନ୍ତ୍ରାଗାଚ୍ଛି ଷ୍ଟେସନରୁ ଛାଡିବ। ୨୯ ତାରିଖ ସକାଳ ୮ଟାରେ ହୁବ୍‌ବାଲି ଷ୍ଟେସନରେ ପହଞ୍ଚିବ। ପରଦିନ ଅର୍ଥାତ୍‌ ୩୦ ତାରିଖ ଦିନ ସାଢ଼େ ୧୦ଟାରେ ହୁବବ୍‌ଲି ଷ୍ଟେସନ ଛାଡି ୧ ଏପ୍ରିଲ ଭୋର ୪ଟା ୨୦ ମିନିଟ୍‌ରେ ସନ୍ତ୍ରାଗାଚ୍ଛି ଷ୍ଟେସନରେ ପହଞ୍ଚିବ। ଦକ୍ଷିଣପୂର୍ବ ରେଳବାଇ ଅଧିନସ୍ଥ ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର, ରାଉରକେଲା ଓ ଝାରସୁଗୁଡା ଷ୍ଟେସନରେ ରହିବ।

ହାୱଡା-ମୁମ୍ବାଇ ସେଣ୍ଟ୍ରାଲ ହୋଲି ସ୍ବତନ୍ତ୍ର ଟ୍ରେନ୍‌ ଆସନ୍ତା ୨୫ ତାରିଖ ଅପରାହ୍ନ ୩ଟାରେ ହାୱଡା ଷ୍ଟେସନରୁ ବାହାରିବ। ପରଦିନ ସଂଧ୍ୟା ସାଢ଼େ ୫ଟାରେ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର, ରାଉରକେଲା ଓ ଝାରସୁଗୁଡ଼ା ଷ୍ଟେସନରେ ରହିବ। ସେମିତି ଦୁର୍ଗ-ପାଟ୍‌ନା ହୋଲି ସ୍ବତନ୍ତ୍ର ଟ୍ରେନ୍‌ ଆସନ୍ତା ୨୨ ତାରିଖ ଅପରାହ୍ନ ୧ଟା ୨୫ ମିନିଟ୍‌ରେ ଦୁର୍ଗ ଷ୍ଟେସନରୁ ଛାଡ଼ିବ। ପରଦିନ ପୂର୍ବାହ୍ନ ସାଢ଼େ ୯ଟାରେ ପାଟନା ଷ୍ଟେସନରେ ପହଞ୍ଚିବ। ସେମିତି ୨୩ ତାରିଖ ରାତି ୯ଟାରୁ ପାଟନା ଷ୍ଟେସନ ଛାଡି ପରଦିନ ରାତି ୭ଟା ୧୦ ମିନିଟ୍‌ରେ ଦୁର୍ଗ ଷ୍ଟେସନରେ ପହଞ୍ଚିବ। ବୋକାରୋ ଷ୍ଟିଲ ସିଟି, ମୁରି, ରାଞ୍ଚି, ହଟିଆ, ରାଉରକେଲା ଓ ଝାରସୁଗୁଡା ‌ଷ୍ଟେସରେ ରହିବ।

ସମ୍ବନ୍ଧିତ ଖବର