ଉଜ୍ଜ୍ୱଳା ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା ଘର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିକଟସ୍ଥ ସୁରିଶ ଭଟ୍ଟା ଗାଁ’ରେ ଉଜ୍ଜ୍ୱଳା ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ନବୀନ ବେହେରାଙ୍କ ୩ ବଖରା ଘର ଜଳିଯିବା ସହ ଘରେ ଥିବା ଆସବାବପତ୍ର, ନଗଦ ୩୦ ହଜାର ଟଙ୍କା, ଖାଦ୍ୟଶସ୍ୟ ଆଦି ନିଆଁରେ ପୋଡି ପାଉଁଶ ହୋଇଯାଇଛି।। ଏହି ଅଗ୍ନିକାଣ୍ଡ ରାତି ପ୍ରାୟ ୮ଟା ବେଳେ ଘଟିଥିବା ସୂଚନା ମିଳିଛି। ଖବର ପାଇଁ ଅଗ୍ନୀଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିସହିତ ବିଡିଓ ଓ ରାଜସ୍ୱ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର