ବାଲିଗୁଡ଼ା : ସ୍କୁଲରେ ଛାତ୍ରଙ୍କ ପକେଟରେ ବୋମା ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧୀନ ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ତା ସେଣ୍ଟ୍ ଯାଭିଅର ସ୍କୁଲରେ। ସ୍କୁଲର ୫ମ ଶ୍ରେଣୀ ଛାତ୍ର ସ୍ଥାନୀୟ ବଉଦୁଙ୍ଗିଆର ଯଶ ନାୟକ, କମ୍ବାଡ଼ିର ଆଶିଷ ନାୟକ ଓ ଡଙ୍ଗାମିଲାର ନିହାଲ ନାୟକ ସାଙ୍ଗ ହୋଇ ବିରତି ସମୟରେ ବାହାରକୁ ଯାଇ ବିଦ୍ୟାଳୟକୁ ବୋମା ଧରି ଆସିଥିଲେ।
ବୋମାଟିକୁ ଯଶ ନିଜ ପ୍ୟାଣ୍ଟ ପକେଟରେ ରଖିଥିବା ବେଳେ ତାକୁ ବିଦ୍ୟାଳୟରେ କାଢ଼ିବା ବେଳେ ବିସ୍ଫୋରଣ ଘଟିଥିଲା। ସବ୍ଦ ଶୁଣି ସମସ୍ତ ଶିକ୍ଷକଙ୍କ ସହ କର୍ମଚାରୀମାନେ ଦୌଡ଼ି ଆସି ଦେଖିଲା ବେଳକୁ ତିନି ଛାତ୍ର ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାନୀୟ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଯଶର ଡାହାଣ ହାତର ପାପୁଲି, ମଳଦ୍ବାର, ଓ ଜଂଘରେ ଗଭୀର ଆଘାତ ଲାଗିଥିବା ବେଳେ ଆଶିଷର ହାତ ଓ ପେଟରେ ଆଘାତ ଲିଗିଥିବାରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ନିହାଲକୁ ପ୍ରାଥମିକ ଚିକିତ୍ସା କରାଯାଇ ଫୁଲବାଣି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2023/02/85fac452-7d00-4146-98db-3da6da0a7eac.jpg)
ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ଭିକ୍ଟର ଯୋସେଫ ବାଲିଗୁଡ଼ା ଥାନାକୁ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ପରେ ପୁଲିସ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ ବାଣ କେଉଁଠୁ ଆଣିଲେ ତାର ତଦନ୍ତ କରିଛି। ତେବେ ଠିକା ସଂସ୍ଥା ଆରକେଡି ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ କରୁଥିବା ବେଳେ ସେମାନେ ପଥର ଫଠାଇବା ପାଇଁ ବାଣ ବ୍ୟବହାର କରୁଛନ୍ତି। ତେଣୁ ସେହି ସ୍ଥାନରୁ ଛାତ୍ରମାନେ ବାଣ ଆଣିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇ ନଥିବା ଏସଆଇ ଆଶୁତୋଷ ପାଇକରାଏ ଓ ଏଏସଆଇ କୁଳମଣି ରାଉତ ସୂଚନା ଦେଇଛନ୍ତି। ଖବରପାଇ ବାଲିଗୁଡ଼ା ଏସଡିପିଓ ରୋହିତ ବମାର ଘଟଣାସ୍ଥାଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/3d9c9a46-e9fa-49f6-80e6-081646d5f5fc.jpg)