୩ବଖରା ଜଳିଗଲା

ହରଭଙ୍ଗା/ପୁରୁଣାକଟକ: ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନାର ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସମ୍ପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଥିବା ହୋଇଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମତେ ଶନିବାର ସକାଳ ୧୦ ସମୟରେ ତାଳପଦର ଗ୍ରାମର ରମେଶ ନାୟକଙ୍କ ଘରେ କୋଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ଗ୍ରାମବାସୀ ଚାରିଛକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା, ଯେ ପରିବାର ଲୋକେ ପିନ୍ଧିଥିବା ଛଡା କୌଣସି ଗୋଟିଏ ହେଲେ ସାମଗ୍ରୀ ଉଦ୍ଧାର କରିବାକୁ ସମର୍ଥ ହୋଇପାରିନଥିଲେ।ଅଗ୍ନିଶମ ବିଭାଗ ସେଠାରେ ପହଁଚିବା ବେଳକୁ ଅଗ୍ନିକାଣ୍ଡରେ ରମେଶଙ୍କ, ୩ବଖରା ଘର ସମେତ ୨୦ କୁଇଣ୍ଟାଲ ଧାନ, ୫ବସ୍ତା ଚାଉଳ ଓ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇ ସାରିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ରିଲିଫ ଏବଂ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର