ତେଲକୋଇ: କାର ଓଲଟି ୩ ଗୁରୁତର

ତେଲକୋଇ: ତେଲକୋଇ ଥାନା କରଦାଙ୍ଗି-ସରେଇ ମୁଖ୍ୟରାସ୍ତାର ମଝିରିଆଠାରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ତିନିଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ସ୍ଥାନୀୟ କରଦାଙ୍ଗି ଗ୍ରାମର ଜେମା ପାତ୍ର (୩୫), ଅନିଲ ପାତ୍ର (୧୧) ଓ ଶ୍ରୀୟା ପାତ୍ର (୧୨)। ଏମାନେ ସମସ୍ତେ ଗୋଟିଏ ପରିବାରର।

ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ମାରୁତି କାର୍‌ (ଓଆର୍‌-୧୯-ଏନ୍-୭୨୦୪)ରେ କରଦାଙ୍ଗି ଗ୍ରାମର ଅଜୟ ପାତ୍ର ଓ ସଞ୍ଜୟ ପାତ୍ରଙ୍କ ପରିବାର ଖମାର ଅଞ୍ଚଳରୁ ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ମଝିରିଆ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା ପାଞ୍ଚଜଣ ଯାତ୍ରୀ ଆହତ ହୋଇଥିଲେ। ପଛରେ ଆସୁଥିବା ଏକ ଅଟୋ ସେମାନଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ପରେ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର