ଜଗତସିଂହପୁର ଟାଉନ୍: ଜଗତ ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଗଡାର ଜଡ଼ତିରା ଗାଁରେ ଜଣେ ମହିଳାଙ୍କ ଏସିଡ ମାଡ଼ରେ ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ବିପିନ ପଣ୍ଡା, ତାଙ୍କ ପତ୍ନୀ ଆସଲତା ଓ ଝିଅ ଜୟଶ୍ରୀ ପଣ୍ଡା । ସ୍ଥାନୀୟ ଅଞ୍ଚଳର ମହିଳା ଇତିଶ୍ରୀ ମହାପାତ୍ର ବିପିନିଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆଜି ସନ୍ଧ୍ୟାରେ ବିପିନ, ତାଙ୍କ ପତ୍ନୀ ଓ ଝିଅ କାହିଁକି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ବୋଲି ପଚାରିବାକୁ ଯାଇଥିବା ବେଳେ ଇତିଶ୍ରୀ ଏସିଡ ମାଡ କରିଥିବା ଅଭିଯୋଗ ହୋଇଛି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।
ଏସିଡ ମାଡ଼ରେ ଗୋଟିଏ ପରିବାରର ୩ ଆହତ
/sambad/media/post_attachments/wp-content/uploads/2022/08/acid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)