ଧର୍ମଗଡ଼/ନୂଆପଡ଼ା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ଭିନ୍ନ ଭିନ୍ନ ଦୁଇଟି ଜାଗାରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଲାମୁଣ୍ଡା ଥାନା ବୈଜଲପୁର ଗାଁର ବାସୁ ମାଝୀ (୫୫) ତାଙ୍କ ବିଲକୁ ଯାଇଥିବା ସମୟରେ ଏକ ଭାଲୁ ଆକ୍ରମଣ କରିଥିଲା। ବହୁ କଷ୍ଟରେ ଭାଲୁଠାରୁ ସେ ମୁକୁଳି ଆସିଥିଲେ। ବର୍ତ୍ତମାନ ସେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିପରି ରବିବାର ସକାଳେ ଗୋଲାମୁଣ୍ଡା ପଞ୍ଚାୟତ ଫୁଇରରିପାଣି ଗାଁର ଭୀଷ୍ମ ମାଝୀ(୫୫) ତାଙ୍କ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କୁ ତିନି ଗୋଟି ଭାଲୁ ଆକ୍ରମଣ କରିଥିଲେ। ଆଖ ପାଖରେ ଥିବା ଲୋକେ ଚିତ୍କାର ଶୁଣି ଭାଲୁଙ୍କୁ ଘଉଡ଼ାଇଥିଲେ। ସେ ବର୍ତ୍ତମାନ ଗୁରୁତର ଆହତ ହୋଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ସେହିପରି ଭାଲୁ ଆକ୍ରମଣରେ ରବିବାର ନୂଆପଡ଼ା ଜିଲ୍ଲା ଖଡିଆଳ ରେଞ୍ଜ୍ ଅନ୍ତର୍ଗତ ବେଲପଡ଼ା ଗ୍ରାମର ଯମୁନା ମାଝୀ (୫୫) ନାମ୍ନୀ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସକାଳେ ଯମୁନା ଶୌଚ ନିମନ୍ତେ ଗାଁ ବାହାରକୁ ଯାଇଥିଲେ। ଏହି ସମୟରେ ହଠାତ୍ ଦୁଇଟି ଭାଲୁ କୁଆଡ଼ୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର ଚିତ୍କାର ଶୁଣି ଗ୍ରାମବାସୀମାନେ ଧାଇଁ ଯାଇ ତାଙ୍କୁ ଭାଲୁଙ୍କ ହାବୁଡ଼ରୁ ରକ୍ଷା କରିଥିଲେ। ଭୀଷଣ କ୍ଷତବିକ୍ଷତ ହୋଇଥିବା ଯମୁନାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଖଡ଼ିଆଳ ମେଡିକାଲ୍କୁ ନିଆ ଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bear.jpg)