କଟକ: କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ଆଜି ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିମାନେ ହେଲେ ଦୀନବନ୍ଧୁ ନାୟକ, ବଂଶୀଧର ନାୟକ ଓ ଜିତୁନା ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ପୂର୍ବାନୁମାନ କରାଯାଉଛି। ଆହତ ତିନିଜଣଙ୍କ ଉପରକୁ ୮ ରାଉଣ୍ଡ ଗୁଳି କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସା ଚାଲିଥିବା ସୂଚନା ରହିଛି। ତେବେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।
ପୁଲିସ କହିଛି ଜେନାପଦା ମଝି ସାହିରେ ଗୁଳିକାଣ୍ଡ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କ ଦେହରେ ୮ ରାଉଣ୍ଡ ଗୁଳି ବାଜିଛି। ଦୀନବନ୍ଧୁ ନାୟକ ଓ ବଂଶୀଧର ନାୟକଙ୍କ ଦେହରେ ୩ଟି ଲେଖାଏଁ ଏବଂ ଜିତୁନା ନାୟକଙ୍କ ଦେହରେ ୨ଟି ଗୁଳି ବାଜିଛି। ସମସ୍ତ ଆହତଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଥିବା ପୂର୍ବାନୁମାନ କରାଯାଉଛି। ଘଟଣାସ୍ଥଳରେ ପୁଲିସ ମୃତୟନ ଅଛନ୍ତି। ଆଠଗଡ଼ ଏସଡିପିଓ, ଆଇଆଇସି ଓ ତିଗିରିଆ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ଉଲ୍ଲାସ ନାୟକ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ହେଲେ ଲିଟୁନା।