କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ଓମ୍ଫେଡ୍ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟର କଂପ୍ରେସର୍ ପାଇପ୍ ଫାଟି ଶୁକ୍ରବାର ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ୩ ଜଣ ହେଲେ ମେକାନିକ୍ ଓ ସେମାନେ ଲିକେଜ୍ ଥିବା କଂପ୍ରେସର୍କୁ ମରାମତି କରିବା ବେଳେ ଦୁର୍ଘଟଣା ଘଟିଥିଲା।
/sambad/media/post_attachments/wp-content/uploads/2021/07/d64ec363-0c40-4861-abfb-2b7349c68a4d.jpg)
ପ୍ରାପ୍ତ ସୂଚନାନୁସାରେ ପ୍ଲାଣ୍ଟ୍ର କଂପ୍ରେସର୍ରୁ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ତାକୁ ସଜାଡ଼ିବାକୁ ଆଜି ୩ ଜଣ ମେକାନିକ୍ ବଲାଙ୍ଗୀର ଜିଲ୍ଲା କୁସୁମଖୋଲର ଗୁଣନିଧି ବଗର୍ତ୍ତୀ (୨୯), କୁଟୁରୁପାଲି ଗ୍ରାମର ସଂଜୀବ ପଟେଲ (୪୫) ଓ କଟକର ସୁଶାନ୍ତ ବେହେରା (୨୪) ପହଞ୍ଚିଥିଲେ। ସେମାନେ ଲିକେଜ୍ ସ୍ଥାନ ମରାମତି କରିବାକୁ ଗ୍ୟାସ୍ ୱେଲ୍ଡିଂର ବ୍ୟବହାର କରୁଥିଲେ। ମାତ୍ର କାମ କରୁଥିବା ସମୟରେ ଦୈବାତ୍ କଂପ୍ରେସର୍ ପାଇପ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ୩ ଜଣ ଯାକ ଗୁରୁତର ଭାବେ ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2021/07/0c64ca21-e3f1-46c2-ae9b-a1dd8ee0bbe5.jpg)
ଖବର ପାଇ କୋକସରା ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକେଜ୍କୁ ଆୟତ୍ତ କରିବା ସହ ଆହତମାନଙ୍କୁ ଉଦ୍ଧାର କରି କୋକସରା ସିଏଚ୍ସିରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/91282cbb-29fd-4cd4-8b2c-5f48d15c383a.jpg)