ଖାଳିଆମେଣ୍ଟାରେ ରାଜନୈତିକ ହିଂସା: ୩ ଆହତ

ଆନନ୍ଦପୁର : ଘସିପୁରା ଥାନା ଅନ୍ତର୍ଗତ ସମ୍ବେଦନଶୀଳ ପଞ୍ଚାୟତ ଖାଳିଅଆମେଣ୍ଟା‌ରେ ରାଜନୈତିକ ହିଂସା ଘଟିଛି। ମାର୍‌ପିଟ୍‌ରେ ତିନିଜଣ ଆହତ ହୋଇଛନ୍ତି। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଶୁୁକ୍ରବାର ଅପରାହ୍ଣରେ ଜଣେ ବ୍ୟକ୍ତିଙ୍କ ଅତର୍କିତ ଆକ୍ରମଣ ଫଳରେ ଗ୍ରାମର ଯୁବକ କ୍ଷୀତିଶ ଚନ୍ଦ୍ର ଚକ୍ର(୨୬) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସାପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବରପାଇ ଘସିପୁରା ପୁଲିସ୍ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଛି। ସେହିପରି ବୁଧବାର ସଂଧ୍ୟା‌ରେ କଂଗ୍ରେସ ଓ ବିଜେଡିର ଦୁଇଜଣ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିବାବେଳେ ସେମାନେ ଆହତ ହୋଇଥିଲେ। ରାଜନୈତିକ ହିଂସାପରେ ପୁଲିସ୍ ପକ୍ଷରୁ ଗତକାଲି ସଂଧ୍ୟାରେ ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ନିର୍ବାଚନକୁ ନେଇ ଦୁଇ ପ୍ରଭାବଶାଳୀ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଥିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ରହିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର