ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ, ୨ ଯାଆ ସମେତ ୩ ମହିଳା ମୃତ

ନାରାୟଣପାଟଣା/ବାରିପଦା: ବଜ୍ରାଘାତରେ ରବିବାର ସନ୍ଧ୍ୟାରେ ୩ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣା କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଂଚଳରେ ଘଟିଥିବା ବେଳେ ଦ୍ୱିତୀୟ ଘଟଣାଟି ମୟୂରଭଂଜ ଜିଲ୍ଲାର ଠାକୁରମୁଣ୍ଡା ଅଂଚଳରେ ଘଟିଛି।

ସୂଚନା ଅନୁସାରେ ନାରାୟଣପାଟଣା ଅଂଚଳରେ ଲଙ୍ଗଲବେଡ଼ାର ଚିନାକିମିଡିଭାଦ୍ରାରେ ଆଜି ବଜ୍ରାଘାତ ଘଟିଥିଲା। ଏହି ସମୟରେ ଦୁଇ ଯାଆ ମାରି ରାଧା ଓ ମାରି ସୁନେ ବିଲରେ କାମ କୁରଥିବା ବେଳ ବଜ୍ରାଘାତର ଶିକାର ହୋଇଥିଲେ। ବଜ୍ରପାତରେ ଜଣେ ଶିଶୁ ସମେତ ୩ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଶିଶୁକୁ ଗୁରୁତର ଭାବେ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଯୋଗାଯୋଗ ସୁବିଧା ନଥିବାରୁ ବିଳମ୍ବରେ ଖବର ପାଇ ସରପଞ୍ଚ ଆମ୍ବୁଲାନ୍‌ସକୁ ଫୋନ୍‌ କରି ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଛନ୍ତି। ଖବର ଲେଖାଯିବା ବେଳକୁ ଗୁରୁତର ୩ ମାସର ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଥିବା ବେଳେ ଆମ୍ବୁଲାନ୍‌ସରେ ଗୁରୁତରଙ୍କୁ ନାରାୟଣପାଟଣା ମେଡିକାଲ ଅଣାଯାଉଥିବା ଲଙ୍ଗଲବେଡା ସରପଞ୍ଚ ପିଡିକା ପାପେୟା ସୁଚନା ଦେଇଛନ୍ତି।

ସରପଂଚଙ୍କ କହିବାନୁସାରେ ନାରାୟଣପାଟଣା ବ୍ଲକର ଲଙ୍ଗଲବେଡା ପଂଚାୟତର ସୀମାନ୍ତ ଗାଁ ପି.କେ ଭଦ୍ରା ଗାଁର ମାରି ରବି ଓ ତାଙ୍କ ଭାଇ ମାରି ଲକ୍ଷ୍ମୀଙ୍କ ଦୁଇ ସ୍ତ୍ରୀ ମାରି ସୁନେ (୨୫) ଓ ମାରି ରାଧା(୩୨) ନିଜ ନଣନ୍ଦ ମାରି ଜାମ୍ବ(୧୮) ଓ ସାବାରାପୁ ସପନା(୧୬)ଙ୍କ ସହିତ ପାଖ କୁଡିଆରୁ ସନ୍ଧ୍ୟାରେ ୩ ମାସର ଶିଶୁକୁ ଧରି ଗାଁକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ଘଡଘଡି ବର୍ଷାର ଆରମ୍ଭ ହୋଇଯାଇଥିଲା।

ଘର ପାଖରେ ଥିବାରୁ ପହଞ୍ଚି ଯିବା ଆଶାରେ ବର୍ଷାରେ ଭିଜି ଜଲଦି ଜଲଦି ଫେରୁଥିଲେ। ଇତି ମଧ୍ୟରେ ସମସ୍ତଙ୍କ ଉପରେ ବିଜୁଳି ମାଡ଼ ହୋଇଥିଲା। ଆଗପଛ ହୋଇ ଚାଲୁଥିବାରୁ ଦୁଇ ଯାଆ ମାରି ସୁନେ  ଓ ମାରି ରାଧାଙ୍କ ଉପରେ ପଡିଥିଲାଯଘଟଣା ସ୍ଥଳରେ ହିଁ ଦୁଇ ଯାଆ ଙ୍କ ମୃତ୍ୟୁବରଣ କରିଥିଲେଯପଛରେ ଆସୁଥିବା ଦୁଇ ନଣନ୍ଦ ଗୁରୁତର ହୋଇ ସେଠାରେ ଅଚେତ ଅବସ୍ଥାରେ ପଡିଯାଇଥିଲେ। କାଖରେ ଥିବା ୩ ମାସର ଶିଶୁ ବି ଗୁରୁତର ଅବସ୍ଥାରେ ବି ଘଟଣା ସ୍ଥଳରେ ପଡ଼ିରହିଥିଲା। ବର୍ଷା ଛାଡ଼ିବା ପରେ ଗାଁ ପାଖଲୋକ ଖବର ପାଇ ଘଟଣା ସ୍ଥଳକୁ ଆସି ଉଦ୍ଧାର କରି ସରପଞ୍ଚଙ୍କୁ ଜଣାଇଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଂଚଳର ସାଲେଇବେଡ଼ି ଗାଁରେ ଜାଳେଣୀ କାଠ ପାଇଁ ଯାଇଥିବା ପାର୍ବତୀ ଗାଗରାଇ ବଜ୍ରାଘାତରେ ଜୀବନ ହାରିଛନ୍ତି।

ସମ୍ବନ୍ଧିତ ଖବର