ଅନଗୁଳ: ଟ୍ରକ୍‌ ଧକ୍କାରେ ତିନି ସ୍କୁଟର୍‌ ଆରୋହୀ ମୃତ

ଅନଗୁଳ: ବୁଧବାର ବିଳମ୍ବିତ ରାତ୍ରୀରେ ୫୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଅନଗୁଳ-କଟକ ରାସ୍ତାର ଭାରତୀୟ ଖାଦ୍ୟ ନିଗମ ସମ୍ମୁଖରେ ଗୋଟାଏ ଟ୍ରକ୍‌ ଧକ୍କା ଦେବାରୁ ସ୍କୁଟର୍‌ରେ ଯାଉଥିବା ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିମାନେ ହେଲେ ୨୫ ବର୍ଷିୟ ସଂଗ୍ରାମ ନାୟକ, ୨୭ ବର୍ଷିୟ ନାଲୁ ନାୟକ ଓ ୨୧ ବର୍ଷିୟ ଜିତୁ ନାୟକ। ଏମାନଙ୍କ ଘର ଅନଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ।

ରାତି ପ୍ରାୟ ୨ଟା ପରେ ସେମାନେ ଯାତ୍ରା କରୁଥିବା ସ୍କୁଟର୍‌ଟିକୁ ପଛପଟୁ ଗୋଟାଏ ଟ୍ରକ୍‌ ଧକ୍କା ଦେଇ ଘୋଷାରି ନେଇ ଖଣ୍ଡେ ଦୂର ଚାଲି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ଆହତ ନାଲୁଙ୍କୁ ଉଦ୍ଧାର କରା ଯାଇ କଟକ ବଡ଼ ମେଡ଼ିକାଲ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। କଟକ ବଡ଼ ଡାକ୍ତରଖାନାର ଡାକ୍ତରମାନେ ସେ ମୃତ ବୋଲି ଘୋଷଣା କରିଥିଲେ।

ଦୁର୍ଘଟଣା ଘଟାଇ ଚାଲି ଯାଇଥିବା ଟ୍ରକ୍‌ଟିକୁ ବଅଁରପାଳ ଥାନା ପୁଲିସ ଜବତ କରିଛି, କିନ୍ତୁ ଡ୍ରାଇଭର ଫେରାର ହୋଇ ଯାଇଛି।
ଅନଗୁଳ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର