ଆଜି ପହଞ୍ଚିବ ୩ଟି ଶ୍ରମିକ ଟ୍ରେନ୍‌

ଭୁବନେଶ୍ବର : ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ଆକବରପୁରରୁ ବାହାରିଥିବା ଗୋଟିଏ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ନୂଆପଡ଼ା ରୋଡରେ ପହଞ୍ଚିଛି। ଏଥିସହ ପ୍ରବାସୀ ଓଡ଼ିଆଙ୍କୁ ଧରି ଆଉ ୩ଟି ଟ୍ରେନ୍‌ ଓଡ଼ିଶା ଅଭିମୁଖେ ବାହାରିଛି। ଉତ୍ତରପ୍ରଦେଶର ବାରବାଙ୍କୀରୁ ନୂଆପଡ଼ା ରୋଡ ଅଭିମୁଖେ ଗୋଟିଏ ଟ୍ରେନ୍‌ ଆସୁଥିବା ବେଳେ କେରଳର ଏର୍ଣ୍ଣାକୁଲମରୁ ଖୋର୍ଧା ରୋଡ ଓ ସୁରତରୁ ବ୍ରହ୍ମପୁରକୁ ଗୋଟିଏ ‌ଲେଖାଏ ଟ୍ରେନ୍‌ ଆସୁଛି। ଏହି ଟ୍ରେନ୍‌ଗୁଡ଼ିକ ଗୁରୁବାର ଓଡ଼ିଶାରେ ପହଞ୍ଚିବ। ଏଥିସହ ୧୬ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩୯ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ସାଢେ ୩ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର