ଘୁ. ଉଦୟଗିରି: କନ୍ଧମାଳଜିଲ୍ଲା କେ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ବଲମରପଦା କଙ୍ଗଡ଼କାମ୍ବା ସାହିର ନୁନ୍ଦେ ପ୍ରଧାନ ଜଣେ ଆଦିବାସୀ ବିଧବା ବୃଦ୍ଧା। ନିଜ ପୁଅ ବୋହୁଙ୍କୁ ନେଇ ଦୀର୍ଘ ବର୍ଷ ହେଲା ଭଙ୍ଗା କୁଡ଼ିଆ ଘରେ ରହିଆସୁଛନ୍ତି ।
ପରିବାର ସଦସ୍ୟଙ୍କ କହିବା ମୁତାବକ ଦୀର୍ଘ ବର୍ଷରୁ ତିନି ଜଣ ସଦସ୍ୟ ବର୍ଷା ଖରା ସହି ଏହି ଝାଟିମାଟି କୁଡ଼ିଆରେ ଦିନ ବିତାଉଛନ୍ତି।
କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ରହିବା ପାଇଁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ସରକାରୀ ଯୋଜନା ବିଧବା ଆଦିବାସୀ ବୃଦ୍ଧାଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଯାହା ଫଳରେ ଗରିବ ପରିବାରର ଝାଟିମାଟି କୁଡ଼ିଆରେ ଜୀବନ ବିତୁଛି ।
ଅଧିକ ପଢ଼ନ୍ତୁ: ଏକାସଙ୍ଗେ ଆସୁଛି ଦୁଇ ଲଘୁଚାପ
ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ନହେବା ପରିବାର ସଦସ୍ୟ କହିଛନ୍ତି। ଦିନ ମଜୁରିଆ ଭାବେ କାମ କରି ଯେତିକି ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟ, ଏପରିସ୍ଥଳେ ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି ନୁନ୍ଦେ ପ୍ରଧାନ କହିଛନ୍ତି।
ଅଧିକ ପଢ଼ନ୍ତୁ: ଏସିଆ କପରୁ ଓହରିବାର ନିଷ୍ପତ୍ତି ନେଇନୁ : ବିସିସିଆଇ
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/19/bx7arI5eq5ITYsCOPKUN.jpg)