ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ମୃତ

ଭୁ‌ବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ଅଭାବନୀୟ ଘଟଣା। ବିଦ୍ୟୁତ୍‌ ଆଘାତରେ ଜଣେ ୫ ବର୍ଷର ପୁଅ ସହ ତାର ମାଆ ଓ ଖୁଡୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଖୁଣ୍ଟରୁ ବିଦ୍ୟୁତ୍‌ ତାର ଘରର ଲୁହା ରେଲିଂରେ ଗୁଡାହୋଇ ଘର ଭିତରକୁ ଆସିଥିଲା। ଏହି ତାର ରେଲିଂ ପାଖରେ ଲିକ୍‌ ହୋଇଯିବାରୁ ରେଲିଂ ଚାର୍ଜ ହୋଇଯାଇଥିଲା। ଅଜାଣତରେ ୫ ବର୍ଷର ଶିଶୁଟି ରେଲିଂ ଧରିଦେବାରୁ ତା’ ଦେହରେ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଫଳରେ ଶିଶୁଟି ଚିତ୍କାର କରିବାରୁ ତାଙ୍କ ମାଆ ଓ ଖୁଡୀ ତାଙ୍କୁ ଭିଡି ଧରିବାରୁ ଏମାନଙ୍କ ଦେହରେ ମଧ୍ୟ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଫଳରେ ୫ ବର୍ଷର ପୁଅ ସହ ମାଆ ଓ ଖୁଡିଙ୍କର ମତ୍ୟୁ ଘଟିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର