ରାଉରକେଲା: ରାଉରକେଲା ସ୍ଥିତ ବାଳସୁଧାର ଗୃହରୁ ୩ ଜଣ ନାବାଳକ ଫେରାର ହୋଇଯାଇଛନ୍ତି। ଗତକାଲି ରାତିରେ ଏମାନେ ପାଚେରି ଡେଇଁ ଫେରାର ହୋଇଯାଇଥିବା ସୂଚନା। ଫେରାର ନାବାଳକଙ୍କ ମଧ୍ୟରେ ଜଣେ ସୁନ୍ଦରଗଡ଼ ଜିଲ୍ଲାର ଥିବାବେଳେ ୨ ଜଣ କେନ୍ଦୁଝର ଜିଲ୍ଲାର ନିବାସୀ। ଗତକାଲି ସନ୍ଧ୍ୟାରେ ସହରରେ ପ୍ରବଳ ବର୍ଷା ହେଉଥିଲା। ଏହାର ସୁଯୋଗ ନେଇ ଏମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ବାଳ ସୁଧାର ଗୃହ ଅଧିକ୍ଷକ ସୋମନାଥ ହାଁସଦା ଛେଣ୍ଡ୍ ଥାନାରେ ଏତଲା ଦେଇଛନ୍ତି।
ବାଳସୁଧାର ଗୃହରୁ ନାବାଳକ ଫେରାର ହେବା ଏହା ପ୍ରଥମ ଘଟଣା ନୁହେଁ। ୨୦୨୦ ମସିହା ଅଗଷ୍ଟ ୩୦ ତାରିଖ ମଧ୍ୟାହ୍ନରେ ସମାନ ଢ଼ଙ୍ଗରେ ୫ ଜଣ ନାବାଳକ ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/64387ae6-0a0d-45c0-8c0c-6f68f122cadf.jpg)
