୩ ମାସ ପରେ ଲୋକସେବା ଭବନ ଆସିଲେ ମୁଖ୍ୟମନ୍ତ୍ରୀ, ଟିଭିରେ ରଥଯାତ୍ରା ଦେଖିଲେ

ଭୁବନେଶ୍ବର: ମାର୍ଚ୍ଚ ୨୨ ତାରିଖରୁ ଲକ୍‌ଡାଉନ୍ ଆରମ୍ଭ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଲୋକସେବା ଭବନ ଆସି ନ ଥିଲେ। ନବୀନ ନିବାସରେ ରହି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ କାର୍ଯ୍ୟ କରୁଥିଲେ। ଦୀର୍ଘ ତିନି ମାସ ପରେ ଶ୍ରୀ ପଟ୍ଟନାୟକ ଆଜି ଲୋକସେବା ଭବନ ଆସିଥିଲେ। ନିଜ କାର୍ଯ୍ୟାଳୟରେ ବସି ଦୂରଦର୍ଶନରେ ରଥଯାତ୍ରା ଦେଖିଥିଲେ। ସେଇଠି ଠିଆ ହୋଇ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ତାଙ୍କ ସହ ଉପସ୍ଥିତ ଥିଲେ। ‌ସେଠାରେ ମୁଖ୍ୟମନ୍ତ୍ରୀ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁକୁ ଉନ୍ମୋଚନ କରିଥିଲେ। ଉନ୍ମୋଚନ ସମୟରେ ପତ୍ରିକାର ସମ୍ପାଦକ ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର