ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଲୋକାର୍ପିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଜିଲ୍ଳାର ରାୟଗଡସ୍ଥିତ ଅମ୍ବାଗୁଡାରେ ନିର୍ମିତ ଏବଂ ଗୁଣପୁର ପୈାରାଂଚଳ ସମେତ ଗୁଡାରି ବିଜ୍ଞାପିତ ଅଂଚଳ ପରିଷଦ ଠାରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍‌କୁ ଲୋକାର୍ପିତ କରି କ୍ରୀଡାବିତ ତଥା ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀଙ୍କ ସହିତ ନୂଆ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଭିନ୍ନକ୍ଷମ ସାଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଆଦି ଯୋଗଦାନ କରିଥିଲେ। ରୟାଗଡ଼ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସlରକା, ସଦର ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଅଧୀକ୍ଷଣ ଯନ୍ତ୍ରୀ ଆମ୍ଭିକେୟ ମିଶ୍ର ଯୋଗଦେଇଥିବା ବେଳେ ଗୁଣପୁରସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଣପୁର ଉପଜିଲ୍ଲାପାଳ କୀରଣ ଦୀପ କୌର, ତହସିଲଦାର ଲୀଳାବତୀ ଆଚାର୍ଜି, ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦର, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ-୨ ଦୁର୍ଗା ପ୍ରସାଦ ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ପ୍ରସାଦ ଶର୍ମା, ସମାଜସେବୀ ଅକ୍ଷୟ ଦାସ, ଗୁଣପୁର ସ୍ପଟିଂ କ୍ଲବ ସମ୍ପାଦକ ଦେବୀ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଗୁଡାରି ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଉପଦେଷ୍ଠା ସୁଧୀର ଦାସ, ସିଡିଓ ନିହାର ରଞ୍ଜନ କହଁର, ବିଡ଼ିଓ ଗୁଡ଼ାରୀ ଅନ୍ନେଷା ଦାସ, ଅଧ୍ୟକ୍ଷା ପଂଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଆଦି ଯୋଗଦାନ କରିଥିଲେ। ରାୟଗଡାସ୍ଥିତ ଆମ୍ବଗୁଡା ଠାରେ ଲୋକାର୍ପିତ ଏହି ଷ୍ଟାଡିୟମର ପ୍ରକଳ୍ପ ଆକଳିତ ମୂଲ୍ୟ ୯ କୋଟି ୮୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହାକୁ ଶ୍ରୀରୋଜ ୱେଲଥ ଭେନଟୁରେସ ଲିମିଟେଡ଼ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଛି।ଗୁଣପୁର ଠାରେ ମଧ୍ୟ ୯କୋଟି ୬୭ଲକ୍ଷ ଟଙ୍କାରେ ଆକଳିତ ମୂଲ୍ୟରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇଛି। ଗୁଡାରୀ ଏନଏସି ଠାରେ ୬କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ସେଠାକାର ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ହୋଇଛି। ଲୋକର୍ପିତ ହୋଇଥିବା ଥିବା ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଂଟନ, ଭାରୋତ୍ତଳନ, ଜିମନାସିୟମ୍‌, ଟେବୁଲ ଟେନିସ୍ ଖେଳ ସହ ଯୋଗ ଓ ବ୍ୟାୟାମର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସମସ୍ତ ପ୍ରକାର ସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ଏହି ଷ୍ଟାଡିୟମ୍ ନିର୍ମାଣ କରାଯାଇଛ।