ଆଜୀବନ କାରାଦଣ୍ଡ ପାଇଲେ ୩ ହତ୍ୟାକାରୀ

ରାଉରକେଲା : ସହରର ମଧୁସୂଦନପାଲି ବସ୍ତିରେ ରବି ରାଜାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ହତ୍ୟାକାରୀଙ୍କୁ ରାଉରକେଲା ଏଡିଜେ ୧ କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ତିନି ଜଣ ହତ୍ୟାକାରୀଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଉରକେଲା ଏଡିଜେ ୧ ଡକ୍ଟର ଭି ସୁଜାତା ଆଜି ଦଣ୍ଡ ବିଧାନର ଶୁଣାଣି କରିଛନ୍ତି। ରାଉରକେଲା ସହରର ମଧୁସୂଦନ ପାଲି ବସ୍ତିରେ ରଵି ରାଜାଙ୍କୁ ତିନି ଜଣ ଛୁରୀ ଭୁସି ହତ୍ୟା କରିଥିବା ୨୦୧୯ ମସିହା ମେ ୫ ତାରିଖ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଥିଲା। ୨୩ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ହତ୍ୟାକାରୀ ସନ୍ତୋଷ ତିୱାରୀ, ରାହୁଲ ଘୋଷ ଓ ଵିଜୟ ବଡାଇକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ କରିଛନ୍ତି। ଏହି ମାମଲାକୁ ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର ସ୍ଵରୁପ ରଞ୍ଜନ ରଥ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର