ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ପୋଲିସ ଆଜି ୩ ଜଣ ହାର୍ଡକୋର ନକ୍ସଲକୁ ଧରିବାରେ ସଫଳ ହୋଇଛି। ଆଜି ନକ୍ସଲ ସଂଗଠନ ତରଫରୁ ଛତିଶଗଡରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଦୁର୍ଗମ ଅଂଚଳରେ କମ୍ବିଂକୁ ଜୋରଦାର କରାଯାଇଥିଲା। ବିଜାପୁର ଜିଲ୍ଲାର ବାସାଗୁଡା ଥାନା ଅନ୍ତର୍ଗତ ବୁଡକିଚେରୁ ଜଂଗଲରେ ପୋଲିସ ଏବଂ ଡିଆରଜି ଯବାନ କମ୍ବିଂ କରୁଥିବା ବେଳେ ୩ ଜଣ ନକ୍ସଲକୁ ଗିରଫ କରିଥିଲେ। ବର୍ତ୍ତମାନ ଛତିଶଗଡରେ ପ୍ରହାର-୨ ଚାଲୁ ରହିଛି। ଗିରଫ ମାଓବାଦୀମାନେ ପୋଲିସ ଉପରେ ଆକ୍ରମଣ ସହ ବହୁ ହତ୍ୟାରେ ଜଡିତ ଥିବା ପ୍ରକାଶ। ବିଶେଷକରି ସୁକମା ଏବଂ ବିଜାପୁର ଅଂଚଳରେ ଏମାନଙ୍କର ଦବଦବା ରହିଥିଲା।
୩ ନକ୍ସଲ ଗିରଫ
/sambad/media/post_attachments/wp-content/uploads/2017/11/naxal-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)