ମୟୂରଭଞ୍ଜ ଜିଲ୍ଲାରୁ ଆଜି ମାତ୍ର ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୩କୁ ବୃଦ୍ଧି

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ମାତ୍ର ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସଂଖ୍ୟା ସଠିକ ନୁହେଁ ବୋଲି ଅନୁମାନ କରାଯାଉଛି। ତେବେ ଜିଲ୍ଲାରେ ମାତ୍ର ୩ଜଣ ସଂକ୍ରମିତ ହେବା ନିହାତି ଆଶ୍ବସ୍ତିର ବିଷୟ। ଆଜିର ୩ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୫ ହଜାର ୯୩କୁ ବୃଦ୍ଧି ପାଇଛି। ସେହିପରି ଜିଲ୍ଲାରେ ସକ୍ରିୟଙ୍କ ସଂଖ୍ୟା ୧୬୪୭ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମେ ୭ରେ ଜିଲ୍ଲାର କପ୍ତିପଦା ବ୍ଲକ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ପ୍ରଥମ ଥର ୪ ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଜୁନ ୬ରେ ବହଳଦା ବ୍ଲକର ଶୋଶୋ ଅଞ୍ଚଳରେ ସ୍ଥାନୀୟ ସଂସ୍ପର୍ଶରୁ ଜଣେ ମହିଳା ପ୍ରଥମେ କୋଭିଡ୍ ସଂକ୍ରମଣର ଶିକାର ହୋଇଥିଲେ। ଜୁନ ୬ ସୁଦ୍ଧା ଜିଲ୍ଲାରୁ ମୋଟ ୧୩ ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଆଜି ସୁଦ୍ଧା ଅର୍ଥାତ ୧୨୬ ଦିନର ବ୍ୟବଧାନରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୩ରେ ପହଞ୍ଚିସାରିଛି । ତେବେ ଚଳିତ ମାସରେ ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ସେହିପରି ୮ ଦିନରେ ମୋଟ ୧ ହଜାର ୩୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ୨୪ ବର୍ଷର ଯୁବକ, ୮୦ ଓ ୭୦ ବର୍ଷର ବୃଦ୍ଧଙ୍କ ସହ ଜଣେ ୬୦ ବର୍ଷିୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର