ପୁରୀ ପାଇଁ ଆଉ ୩ ପ୍ରକଳ୍ପ

ଉଚ୍ଛେଦ ଅଞ୍ଚଳରେ ଐତିହ୍ୟ ସୁରକ୍ଷା ଜୋନ

୨୫ କୋଟିରେ ହେବ ରଘୁନନ୍ଦନ ପାଠାଗାର ବିକାଶ
ଏମାର ମଠ ଜମିରେ ପୁନଃନିର୍ମାଣ, ଗବେଷଣା ହେବ
୯୫ କୋଟିରେ ବାସଗୃହ ପ୍ରକଳ୍ପକୁ ବି ଅନୁେମାଦନ

ଭୁବନେଶ୍ବର : ୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ କରାଯିବ। ଏହି ପାଠାଗାରକୁ ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ। ତିନି ମହଲା ବିଶିଷ୍ଟ ଏହି ପାଠାଗାର ଉପରୁ ଲୋକେ ପୁରୀର ଚିତ୍ର ଦେଖିପାରିବେ। ଏମାର ମଠ ଜମିର କିଛି ଅଂଶରେ ଏହି ପାଠାଗାର କରାଯିବ।

ରଘୁନନ୍ଦନ ପାଠାଗାରର ଭବିଷ୍ୟତ େନଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏ ସଂକ୍ରାନ୍ତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁେମାଦନ େଦଇଛନ୍ତି। ଏଥିସହିତ ଐତିହ୍ୟ ସୁରକ୍ଷା େଜାନ୍, ବାସଗୃହ ପ୍ରକଳ୍ପକୁ ମଧ୍ୟ ଅନୁେମାଦନ ମିଳିଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ଲାଗି େଯଉଁ ପ୍ରକଳ୍ପ ହାତକୁ ନିଆଯାଉଛି, ତାର ଅଗ୍ରଗତି ସଂପର୍କରେ େଲାକସେବା ଭବନରେ ଆଜି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।

ପୁରୀରେ ସାଧୁସନ୍ଥ ଓ ରାଜନୈତିକ େନତା, ସଂଗଠନ ମେଳି କରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ଲାଗି ଚାପ କୌଶଳ ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାର ପୁରୀର ବିକାଶ ପାଇଁ େଗାଟିଏ ପରେ େଗାଟିଏ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ବାଟ େଖାଲୁଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ ସୁରକ୍ଷା ଅଞ୍ଚଳ ପ୍ରକଳ୍ପକୁ ଅନୁେମାଦନ ମିଳିଛି। ଏଥିରେ ଶ୍ରୀମନ୍ଦିର ସଂଲଗ୍ନ ୭୫ମିଟର ଅଞ୍ଚଳ ମଧ୍ୟରେ ଥିବା ଭୌଗଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ େଦବାଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହିତ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ େଭାଗକ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନର୍ବିନ୍ୟାସ କରାଯିବ। ଏହାର ତଦାରଖ କରିବା ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ। େମଘନାଦ ପାଚେରି ଠାରୁ ୭୫ ମିଟର ଅଞ୍ଚଳ ମଧ୍ୟରେ ଚଳାଚଳ ପାଇଁ ୧୫ମିଟର ରାସ୍ତା କରାଯିବ। ବାକି ୬୦ ମିଟର ଅଞ୍ଚଳକୁ ସରକାର ବିକାଶ କରିବେ।

ବିସ୍ଥାପିତ ପରିବାର ପାଇଁ ମନ୍ଦିର ଠାରୁ େଦଢ କିେଲାମିଟର ଅଞ୍ଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ସରକାର ୬୦୦ଟି ଗୃହ ନିର୍ମାଣ କରିବେ। ୫୨୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଘର ନିର୍ମାଣ େହବ। ଏଥିପାଇଁ ୯୫ େକାଟି ଟଙ୍କା ବିନିଯୋଗ କରାଯିବ।

ପୂର୍ବରୁ ଅବଢ଼ା େଯାଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ େକାଟି ଟଙ୍କା ଅନୁେମାଦନ ଦିଆଯାଇଥିଲା। ଏହି ଅର୍ଥରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାମ ଆରମ୍ଭ େହାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୯୫ େକାଟି ଟଙ୍କା ବିନିେଯାଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯୀକରଣ, ଅଠରନଳାର ବିକାଶ ଓ ମଠ ବିକାଶ ପାଇଁ ନିଷ୍ପତ୍ତି େହାଇଥିଲା। ଆଜି ସମୀକ୍ଷା ବେଳେ ଜଣାପଡିଛି େଯ ଦ୍ବିତୀୟ ପର୍ଯ୍ୟାୟ ଏହିସବୁ ପ୍ରକଳ୍ପ ପାଇଁ େଯାଜନା ଓ ନକ୍ସା ପ୍ରସ୍ତୁତି ଚୂଡାନ୍ତ େହାଇଛି। ଖୁବ୍ ଶୀଘ୍ର େଟଣ୍ଡର େହବ।

ଆଜିର ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପୂର୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର