ଭୁବନେଶ୍ବର : ବିଜେପୁର ବିଧାନସଭା ପାଇଁ ଉପନିର୍ବାଚନ ଘୋଷଣା ହୋଇନି। ହେଲେ ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଆଉ ପାଦେ ଆଗେଇ ଆଜି ସରକାର ୩ଟି ନୂତନ ଆରଆଇ ସର୍କଲ ସୃଷ୍ଟି କରିଛନ୍ତି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବରଗଡ଼ ଜିଲ୍ଲା ଗାଏସିଲଟ ବ୍ଲକର ତାଲପାଲ୍ଲୀ, ଗୁଦେରପାଲ୍ଲୀ ଏବଂ ଡାଙ୍ଗବାହାଲ ପାଇଁ ନୂଆ କରି ଗୋଟିଏ ଲେଖାଏଁ ରାଜସ୍ବ ନିରୀକ୍ଷକ ସର୍କଲ କରାଯିବା ସହ ସର୍କଲ ମୁଖ୍ୟାଳୟ ମଧ୍ୟ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଗାଏସିଲଟ ଆରଆଇ ସର୍କଲର ପୁନର୍ଗଠନ ହେବା ସହ ସେହିଠାରେ ମୁଖ୍ୟାଳୟ ରଖିବାକୁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/nv-1.jpg)