ଭୁବନେଶ୍ବର : ଦଳୀୟ ମିଡିଆ ବିଭାଗକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ତିନି ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ହେଲେ ମନୋଜ ମହାପାତ୍ର, ଅନିଲ ବିଶ୍ବାଳ, ତେଜେଶ୍ବର ପରିଡ଼ା। ଦଳର ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏକ ପ୍ରେସ ଇସ୍ତାହାରରେ ଏସଂପର୍କରେ ସୂଚନା ଦେଇଛନ୍ତି।