ରାଜ୍ୟରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ୩ ମେଡିକାଲ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ରାଜ୍ୟରେ ଖୁବଶ୍ରୀଘ୍ର ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ନୂତନ ମେଡିକାଲ କଲେଜ ଗୁଡ଼ିକ ସୁନ୍ଦରଗଡ଼, ତାଳଚେର ଓ ପୁରୀରେ ପ୍ରତିଷ୍ଠା ହେବ । ନୂଆ ମେଡିକାଲ କଲେଜ ଡାକ୍ତର ଅଭାବ ପୂରଣ କରିବ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ଆଗାମୀ ୨ ବର୍ଷ ମଧ୍ୟରେ ଡାକ୍ତର ସମସ୍ୟା ରହିବ ନାହିଁ। ସରକାର ନୂତନ ନୀତି ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଡାକ୍ତର ଯେପରିକି ବାହାରକୁ ନପଳାଇବେ, ସେଥିପାଇଁ ଆନୁସଙ୍ଗିକ ବ୍ୟବସ୍ଥା ହେବ। ସେ କହିଛନ୍ତି, ବୁର୍ଲାସ୍ଥିତ ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବେଦାନ୍ତ ଦୁର୍ଘଟଣାର ତଦନ୍ତ ହେବ ବୋଲି ସେ କହିଛନ୍ତି। ଓଡ଼ିଶାରୁ ଡାକ୍ତରମାନେ ବାହାରକୁ ପଳାଉଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଉଦ୍‌ବେଗ ଜଣାଇଛନ୍ତି।

ସମ୍ବନ୍ଧିତ ଖବର