ତିନି ଯୋଡ଼ା ଦୂରଗାମୀ ଏକ୍ସପ୍ରେସ୍‌ ମାସେ ବାତିଲ୍‌

ଭୁବନେଶ୍ବର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନକୁ ମାସକ ପାଇଁ ବାତିଲ କରାଯାଇଛି। ଭୁବନେଶ୍ୱରରୁ ପ୍ରତି ସୋମବାର ଓ ଗୁରୁବାର ଛାଡ଼ୁଥିବା ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ(୧୨୮୮୦) ଜୁନ୍‌ ୨୩ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତି ବୁଧବାର ଓ ଶନିବାର ଛାଡ଼ୁଥିବା ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ(୧୨୮୭୯) ଜୁନ୍‌ ୧୮ ଯାଏ ବାତିଲ ରହିବ। ପୁରୀରୁ ପ୍ରତି ମଙ୍ଗଳବାର ଛାଡ଼ୁଥିବା ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ(୨୨୮୬୬) ଜୁନ୍‌ ୨୧ ଓ ମୁମ୍ବାଇ ଏଲଟିଟିରୁ ପ୍ରତି ଗୁରୁବାର ଛାଡ଼ୁଥିବା ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ(୨୨୮୬୫) ଜୁନ୍‌ ୨୩ ପର୍ଯ୍ୟନ୍ତ ଏବଂ ବିଶାଖାପାଟଣାରୁ ପ୍ରତି ରବିବାର ଚଳାଚଳ କରୁଥିବା ବିଶାଖାପାଟଣା-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ(୨୨୮୪୭) ଜୁନ୍‌ ୧୯ ଓ ମୁମ୍ବାଇ ଏଲଟିଟିରୁ ପ୍ରତି ମଙ୍ଗଳବାର ଛାଡୁଥିବା ମୁମ୍ବାଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ(୨୨୮୪୮) ଜୁନ୍‌ ୨୧ ପର୍ଯ୍ୟନ୍ତ ବାତିଲ୍‌ ରହିବ।

ସେହିପରି ପୂର୍ବତଟ ରେଳପଥର ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ମେ’ ୨୮ ଓ ୨୯ରେ ଉଭୟ ପାର୍ଶ୍ୱରୁ ୬ଟି ଟ୍ରେନ୍‌ ବାତିଲ ରହିବ। ଟ୍ରେନ୍‌ଗୁଡ଼ିକ ହେଲା ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ(୧୮୩୦୧/୧୮୩୦୨), ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍(୨୨୮୨୦/୨୨୮୧୯), ବିଶାଖାପାଟଣା-ପଲାସା-ବିଶାଖାପାଟଣା ଏକ୍ସପ୍ରେସ୍(୧୮୫୩୨/୧୮୫୩୧), ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେସାଲ(୦୮୫୪୬/୦୮୫୪୫), ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ(୧୮୪୧୭/୧୮୪୧୮) ଏବଂ ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେସାଲ(୦୮୪୨୮/୦୮୪୨୭)।

ସମ୍ବନ୍ଧିତ ଖବର