କଂପାନିରୁ ଯନ୍ତ୍ରାଂଶ ଚୋରି କରି ୩ ଗିରଫ

ଘଟଗାଁ: ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଜୁରିଜୁଆଣିଠାରେ ଥିବା ଗାୟତ୍ରୀ କମ୍ପାନିର ଯନ୍ତ୍ରପାତି ଚୋରିକରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗାୟତ୍ରୀ କମ୍ପାନିର ରାତି ଜଗୁଆଳି ଦେବାଶିଷ ମହାନ୍ତ ଓ ତାଙ୍କର ସାଙ୍ଗ  ଖଜୁରିଜୁଆଣିଠାରେ ଥିବା କ୍ରସରରେ ରାତିରେ ଶୋଇଥିଲେ।

ଏହି ସମୟରେ ଉକ୍ତ ଖଜୁରିଜୁଆଣି ଗ୍ରାମର ଦିବ୍ୟଲୋଚନ ନାୟକ (୨୧)  ଏବଂ ଦୀନବନ୍ଧୁ ନାଏକ (୪୦)  ଆସି ଦୁହିଁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଦେବାଶିଷ ଓ ତାଙ୍କ ସାଂଗ ଦୁହେଁ ଭୟରେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ।  ଦୁହେଁ କମ୍ପାନିର ଲୁହା ପ୍ଲେଟ୍, ଆଙ୍ଗେଲ୍, ଚ୍ୟାନେଲ୍ ସମେତ ଅନ୍ୟାନ୍ୟ ଜିନିଷକୁ ନେଇ ପୋଖରୀ ପାଣିରେ ଲୁଚାଇଥିଲେ। ଏଥିପାଇଁ ସେମାନେ ଏକ ଅଟୋ ବ୍ୟବହାର କରିଥିଲେ।  ଏଣେ ଚୋରି ସଂକ୍ରାନ୍ତରେ ରାତ୍ର ଜଗୁଆଳି ଦେବାଶିଷ ମହାନ୍ତ ଲିଖିତ ଆକାରରେ ଫାଣ୍ଡିରେ ଏତାଲା ଦେଇଥିଲେ। ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ବର ଚନ୍ଦ୍ର ପ୍ରଧାନ ଏତଲା ଆଧାରରେ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ବୁଧବାର ଅଟୋ ଚାଳକ ରାଜେଶ ସାହୁ ଏବଂ ଦିବ୍ୟଲୋଚନ ଓ ଦୀନବନ୍ଧୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର