ବାଣ ବିସ୍ଫୋରଣରେ ୩ ମୃତ

କେନ୍ଦ୍ରାପଡ଼ା‌ରେ ଚାଳ ଛପର ଉଡ଼ିଲା, ୩ ଦିନ ତଳେ ଆହତ ଶିଶୁ ପ୍ରାଣ ହରାଇଲେ

କେନ୍ଦ୍ରାପଡ଼ା/ତିଗିରିଆ/ଢେଙ୍କାନାଳ : ଦୀପାବଳି ସମୟରେ ବାଣ ବିସ୍ଫୋରଣ ଯୋଗୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଜଣେ ବ୍ୟବସାୟ ଓ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ୩ ଦିନ ତଳେ ବାଣ ବିସ୍ଫୋରଣ ଯୋଗୁ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ଶିଶୁ ଆଖି ବୁଜିଛି।

ବ୍ୟବସାୟୀ ହେଉଛନ୍ତି, କେନ୍ଦ୍ରାପଡ଼ା ସଦର ଥାନା ଜମଧର ପଞ୍ଚାୟତ ଜୁଇଦାସପୁର ଗ୍ରାମର ବାଣ ବ୍ୟବସାୟୀ ଜୁଇଦାପୁରର କୃଷ୍ଣଚନ୍ଦ୍ର ନାୟକ(୫୧)। ଗ୍ରାହକ କଷୋଟି ଗ୍ରାମର ଚିନ୍ମୟ ବରାଳ(୨୬) ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ଘରେ ବାଣ ଭିଡ଼ି ବାରେ ବ୍ୟସ୍ତ ଥିଲେ। ଚିନ୍ମୟ ଠିଆ ହୋଇଥିଲା ବେଳେ ଅଚାନକ ସେହି ଚାଳ ଘରେ ବିସ୍ଫୋରଣ ଘଟିଥିଲା। ଫଳରେ, ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଚିନ୍ମୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା।
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ବାରଦା ଗ୍ରାମରେ ଦୀପାବଳି ସଂଧ୍ୟାରେ ଅଘଟଣ ଘଟିଛି। ଦୁଇଟି ବାଇକ୍‌ରେ ୪ଜଣ ଯୁବକ ଟାଉନରୁ ବାଣ ଆଣୁଥିବା ବେଳେ ବିସ୍ପୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ବ୍ୟକ୍ତି ହେଲେ ମହେଶ ମହାରଣା ଏବଂ ୨ ଆହତ ହେଲେ, ବୀରେନ୍ ନାୟକ, ପ୍ରସନ୍ନ ବ୍ରହ୍ମ।

ଅନ୍ୟପକ୍ଷରେ, କଟକ ତିଗିରିଆ ବ୍ଲକ୍‌ ବାଲିପୁଟ ପଞ୍ଚାୟତସ୍ଥିତ ବାଣେଶ୍ବରପଡ଼ା ଗ୍ରାମରେ ଗତ ୩ ତାରିଖ ବେଆଇନ ଭାବେ ବାଣ ତିଆରି ବେଳେ ବିସ୍ଫୋରଣରେ ଆହତ ଜଣେ ୩ବର୍ଷର ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର