ରାଇରଂଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ମହାଦେବଶାଳ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। କରଞ୍ଜିଆ-ସିଙ୍ଗଡ଼ା ରାସ୍ତା ମହାଦେବଶାଳ ନିକଟରେ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ମୃତ ବ୍ୟକ୍ତି ହେଲେ ବାଟରାମ ଗାଗରାଇ ଓ ରତନ କୁମାର ଚାତାର। ଅନ୍ୟ ଜଣେ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ଦ୍ରୁତଗତି ମହାବିପତ୍ତି। ରାସ୍ତାରେ ଯିବା ବେଳେ ନିଜ ଜୀବନ ଚିନ୍ତା ନକରିବା ତଥା ଅନ୍ୟ ମନସ୍କ ହୋଇ ଗାଡ଼ି ଚଳାଇବା କାରଣରୁ ନିଜର ଅନ୍ୟର କ୍ଷତି ହେଉଛି। ଏହା ଦ୍ବାରା ପରିବାର ଓ ଅନ୍ୟମାନେ ମଧ୍ୟ ହଇରାଣ ହେଉଛନ୍ତି।
/sambad/media/media_files/2025/03/02/96e07d1b-904f-4bcc-9c4c-508333933f0f-857858.jpg)
ସୂଚନା ଅନୁସାରେ ସିଙ୍ଗଡା କୁଦାସାହି ଗ୍ରାମର ବାଟରାମ ଗାଗରାଇ ନିଜର ଜଣେ ସାଙ୍ଗଙ୍କ ସହିତ କୌଣସି କାମରେ ବାହାରିଥିଲେ। ସେ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାରେ ଯାଉଥିବା ବେଳେ ମହାଦେବଶାଳ ନିକଟରେ ବିପରୀତ ଦିଗରୁ ତାଙ୍କୁ ଏକ ସ୍କୁଟି ଧକ୍କା ଦେଇଥିଲା, ଯେଉଁଥିରେ ୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣା ଯୋଗୁଁ ବାଟରାମ ଗାଗରାଇ ଓ ରତନ କୁମାର ଚାତାରଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ତେବେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।
ଦୁର୍ଘଟଣା ସଂପର୍କିତ ସୂଚନା ପାଇ ସ୍ଥାନୀୟ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାୟକ ଏବଂ ରରୁଆଁ ଥାନା ପୁଲିସ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ଦ୍ରୁତଗତିରେ ଗାଡି ଚାଳନା ପାଇଁ ହୋଇ ଥିବା ପୁଲିସ ଅନୁମାନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/02/5f3d6f38-e978-441e-8949-52ad83274eb8-615401.jpg)