କଟକ: ଆଜି ଅପରାହ୍ଣରେ ମହାନଦୀରେ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକ ମହାନଦୀରେ ବୁଡ଼ିଯାଇଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ସାହିଲ ବୋଲି କୁହାଯାଉଛି।
ସୂଚନା ଅନୁସାରେ କଟକର ଜୋବ୍ରା ନିକଟ ଦେଇ ପ୍ରବାହିତ ହେଉଥିବା ମହାନଦୀକୁ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳକୁ କଟକର ଚାରିଘରିଆ ଅଞ୍ଚଳର କିଛି ଯୁବକ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ତିନି ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ବୁଡ଼ିଯାଉଥିବାରୁ ଅନ୍ୟମାନେ ଓ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ୨ ଯୁବକଙ୍କ ନିଖୋଜ ବାବଦରେ ଓଡ୍ରାଫକୁ ସୂଚନା ଦେଇଥିଲେ। ଖବର ମିଳିବା ପରେ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ବ୍ୟକ୍ତିକୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ନିଖୋଜ ହୋଇଥିବା ଅନ୍ୟ ୨ ଜଣଙ୍କୁ ଓଡ୍ରାଫ ଟିମ୍ ଖୋଜୁଛି। କିନ୍ତୁ ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।
/sambad/media/post_attachments/wp-content/uploads/2022/04/4d8ba987-1614-41ba-a071-e3af87d7120c.jpg)
ସୂଚନାଯୋଗ୍ୟ, ମହାନଦୀରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ଜଳର ସ୍ତର ନ ଜାଣି ଯୁବ ଗୋଷ୍ଠୀ ପାଣି ଭିତରକୁ ପ୍ରବେଶ କରୁଥିବାରୁ ଅଘଟଣର ଶିକାର ହେଉଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ମଧ୍ୟ ଏଥିରୁ ଅନ୍ୟମାନେ ଶିକ୍ଷା ପାଇପାରୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Two-People-Missing-in-Mahanadi_Thumbnail.jpg)