ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗୌଡଗୁଡ଼ା ପଞ୍ଚାୟତର ଗୋରେଗୁଡା ଗ୍ରାମର ମଙ୍ଗଳା କାବାସୀ(୫୫)ଙ୍କୁ ତାଂକର ପୋଖରୀ ହୁଡାରେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଗତ ୧ ତାରିଖରେ ଭାଇ ମଙ୍ଗଡୁ କାବାସୀ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସକୁ ସଫଳତା ମିଳିଛି। ଏହି ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଘଟଣା ଅନୁଯାୟୀ ମଙ୍ଗଳା କାବାସୀଙ୍କର ଦୁଇଟି ପୋଖରୀ ରହିଛି। ତାଂକ ପୋଖରୀ ନିକଟରେ କିଛି ଖଜୁରୀ ଗଛ ମଧ୍ୟ ରହିଛି। ମଙ୍ଗଳା ତାଂକ ପୋଖରୀରେ ମାଛ ଚାଷ ମଧ୍ୟ କରନ୍ତି। ତାଂକର ଖଜୁରୀ ଗଛରେ ତାଡ଼ି ବାହାର କରି ନିଜେ ପିଇବା ସହ ବିକ୍ରି କରିଥାନ୍ତି। ୧ ତାରିଖ ଦିନ ମଙ୍ଗଳା ଜାଣିବାକୁ ପାଇଲା ଯେ ମଧ୍ୟାହ୍ନରେ ଗଙ୍ଗା ସହ ଅନ୍ୟ ଦୁଇ ଜଣ ତାଂକର ତାଡି ଚୋରାଇ ନେଇଯାଉଛନ୍ତି। ସେହି ଦିନ ରାତିରେ ମଙ୍ଗଳା ମାଛ ସହ ଖଜୁରୀ ଗଛର ତାଡିକୁ ଜଗିଲା। ପ୍ରାୟ ରାତି ସାଢେ ୮ଟା ବେଳେ ଗଙ୍ଗା ସୋଡି ଏବଂ ଯିତେନ ପଡିଆମି ଖଜୁରୀ ଗଛରୁ ତାଡି ଚୋରି କରି ନେଉଥିଲେ।

ମଙ୍ଗଳା ଜାଣିବାକୁ ପାଇଲା ଯେ ଗଙ୍ଗା ଏବଂ ଅନ୍ୟମାନେ ତାଡି ଚୋରାଇ ନେଉଛନ୍ତି। ତୁରନ୍ତ ଗଙ୍ଗାକୁ ଗାଳିଗୁଲଜ କରିବା ପରେ ଗଙ୍ଗା ସେଠାରୁ ଦୌଡି ପଳାଇଥିଲା। ଯିତେନ ଗଛରେ ଚଢିଥିଲା।ମଙ୍ଗଳା ଗାଳି କରିବାରୁ ସେ ତଳେ ଓହ୍ଲାଇଥିଲା। ମଙ୍ଗଳା ଆଜି ଗଙ୍ଗାର ଘରେ କହି ତାକୁ ଗାଳି ଶୁଣାଇବ ବୋଲି କହିବା ସହ ଯିତେନ ସହ ପାଟିତୁଣ୍ଡ କରିଥିଲା।

ତେବେ ଜିତେନ ମଙ୍ଗଳାକୁ ମାରିବା ସହ ବେକ ଚିପି ଦେଇଥିଲା।ମଙ୍ଗଳା ମରିଯାଇଥିବା ଜାଣିବା ପରେ ଯିତେନ ଗଙ୍ଗା ଏବଂ ଆଡମା ମାଡକାମୀକୁ ଡାକି ଶବକୁ ପୋଖରୀ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ।ପୁଲିସ ତଦନ୍ତ କରି ଗଙ୍ଗା ସୋଡି, ଜିତେନ ପଡିଆମି ଏବଂ ଆଡମା ମାଡକାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।