ଭୋଟ ସାରି ଫେରୁଥିବା ବେଳେ ଓଲଟିଲା କମାଣ୍ଡର ଜିପ୍‌, ୩ ପୋଲିଂ ପାର୍ଟି କର୍ମଚାରୀ ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଭୋଟ ସାରି ଫେରୁଥିବା ବେଳେ ଏକ କମାଣ୍ଡର ଜିପ ଓଲଟି ପଡିବାରୁ ୩ ଜଣ ପୋଲିଂ ପାର୍ଟି କର୍ମଚାରୀ ଆହତ ହୋଇଛନ୍ତି। ବ୍ଲକର ପିପଳପଦର ପଞ୍ଚାୟତର କେସ୍କାପାଡି ଠାରେ ନିର୍ବାଚନ ସାରି ଫେରୁଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଆହତଙ୍କ ମଧ୍ୟରେ ଅଛନ୍ତି ଦିତୀୟ ପୁଲିଂ ଅଫିସର ପୁସ୍ପରାଜ ଶବର, ଡ୍ରାଇଭର ସେଣ୍ଡା ହିମିରିକା ଓ
କନଷ୍ଟେବଳ ଏମ୍‌ ହିମିରିକା।

ସୂଚନା ପାଇଁ ପ୍ରଶାସନିକ କର୍ମଚାରୀ ଓ ପୁଲିସ କର୍ମୀ ପହଞ୍ଚି ଥିଲେ। ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ପୁଲିସ ଓ ପ୍ରଶାସନ ଭୋଟ୍‌ ବାକ୍ସ ଆଣିବାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର