୩ ସଚିବ ଦାୟିତ୍ବ ନେଲେ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ତିନିଟି ବିଭାଗରେ ନୂଆ ସଚିବ ସୋମବାରର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଭାବେ ଅରବିନ୍ଦ ପାଢ଼ୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ସଞ୍ଜୟ ସିଂହ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଏସ୍‌ ଅଶ୍ବଥୀ ଦାୟିତ୍ବ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଶ୍ରୀ ପାଢ଼ୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଶ୍ରୀ ସିଂହ ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର