ସୁନ୍ଦରଗଡ଼: ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ୟଜନ୍ତୁ ଉତ୍ପାତ କରିଛି। ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି। ପ୍ରାୟ ୧୫ ଜଣଙ୍କୁ କାମୁଡି ଥିବାବେଳେ ୩ ଜଣ ଗୁରୁତର ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ନିଆଯାଇଛି। ଅନ୍ୟ ୨ ଜଣଙ୍କୁ ସୁନ୍ଦରଗଡ଼ରେ ରଖାଯାଇଛି।

Advertisment

ଖବର ପାଇ ବନ ବିଭାଗର ଟିମ୍ ପହଞ୍ଚିଥିବାବେଳେ ୨ ଜଣ କର୍ମଚାରୀଙ୍କୁ ମଧ୍ୟ ଜନ୍ତୁଟି ଆକ୍ରମଣ କରିଥିବା ସୂଚନା ମିଳିଛି। କୌଣସି ସ୍ଥାନରେ ଲୁଚି ରହି ରହି ଆକ୍ରମଣ କରିଥିବାରୁ ଗାଁ ଲୋକେ ସାରା ରାତି ଚେଇଁ ରହିଥିଲେ। ତେବେ ଜନ୍ତୁଟି କଣ ଜଣା ପଡି ନଥିବାବେଳେ କେହି କେହି ପାଗଳ ବିଲୁଆ ବୋଲି କହିଛନ୍ତି। ଜନ୍ତୁକୁ ଠାବ କରିବା ପାଇଁ ବନବିଭାଗ ତନାଘନା ଚଲାଇଛି।