ଗଡ଼ିବ ୩ ଯୋଡ଼ା ବିଶେଷ ଟ୍ରେନ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ଦେଇ ଦୁଇ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଗୋଟିଏ ସ୍ବତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି। ସାଲିମାର-ସିକନ୍ଦରାବାଦ୍-ସାଲିମାର ବିଶେଷ ଟ୍ରେନ (୦୨୪୪୯/୦୨୪୫୦) ଜୁନ୍‌ ୯ରୁ ୩୦ ପର୍ଯ୍ୟନ୍ତ ସାଲିମାରରୁ ବୁଧବାର ଅପରାହ୍ଣ ୧୨ଟା ୨୦ରେ ଏବଂ ଜୁନ୍‌ ୧୧ରୁ ଜୁଲାଇ ୨ ମଧ୍ୟରେ ସିକନ୍ଦରାବାଦ୍‌ରୁ ପ୍ରତ୍ୟେକ ଶୁକ୍ରବାର ସକାଳ ୪ଟାରେ ଛାଡ଼ିବ। ଏହି ଟ୍ରେନ ଭଦ୍ରକ, କଟକ, ଭୁବନେଶ୍ବର, ଖୋର୍ଧାରୋଡ, ବ୍ରହ୍ମପୁର, ସୋମପେଟା, ପଲାସା, ବିଜୟନଗରମ୍‌, ବିଶାଖାପାଟଣାଠାରେ ରହଣି କରିବ।

ହାଓଡା-ଯଶୋବନ୍ତପୁର-ହାଓଡା ବିଶେଷ ଟ୍ରେନ (୦୨୪୬୯/୦୨୪୭୦) ହାଓଡାରୁ ଜୁନ୍‌ ୧୦ରୁ ୨୪ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ଣ ୧୨ଟା ୪୦ରେ ଏବଂ ଯଶୋବନ୍ତପୁରରୁ ଜୁନ୍‌ ୧୩ରୁ ୨୭ ମଧ୍ୟରେ ପ୍ରତି ରବିବାର ସକାଳ ୫ଟା ୧୫ରେ ଛାଡ଼ିବ। ଭଦ୍ରକ, କଟକ, ଭୁବନେଶ୍ବର, ଖୋର୍ଧାରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ, ବିଜୟନଗରମ୍‌, ବିଶାଖାପାଟଣା ଷ୍ଟେସନରେ ରହଣି କରିବ। ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ(୦୨୮୩୫/୦୨୮୩୬) ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ବି-ସାପ୍ତାହିକକୁ ବୃଦ୍ଧି କରାଯାଇଛି। ଏହି ଟ୍ରେନ୍‌ ହାଟିଆଠାରୁ ପ୍ରତ୍ୟେକ ମଙ୍ଗଳବାର ଓ ରବିବାର ଜୁନ୍‌ ୬ରୁ ୨୭ ମଧ୍ୟରେ ଛାଡ଼ିବ। ପ୍ରତ୍ୟାବର୍ତ୍ତନ ବେଳେ ଯଶୋବନ୍ତପୁରରୁ ପ୍ରତି ଗୁରୁବାର ଓ ମଙ୍ଗଳବାର ଜୁନ୍‌ ୮ରୁ ୨୯ ମଧ୍ୟରେ ଚଳାଚଳ କରିବ। ସ୍ଥିରୀକୃତ ସମୟ ଓ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର