ଏସ୍‌ସିବିରେ ଏବେ ୩ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ

କଟକ : ଏସ୍‌ସିବିରେ ବଢୁଛି ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ସଂଖ୍ୟା। ଶନିବାର ସ୍ବାଇନ୍‌ ଫ୍ଲୁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ବଡ଼ଡାକ୍ତରଖାନାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍‌ ଫ୍ଲୁ ୱାର୍ଡରେ ୩ ଜଣ ଭର୍ତ୍ତି ହୋଇଛନ୍ତି।

ଏକ ନିର୍ଦ୍ଦିଷ୍ଟ ମେଡିକାଲର ଜଣେ କନିଷ୍ଠ ଡାକ୍ତର ମଧ୍ୟ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କିନ୍ତୁ ସେ ସୁସ୍ଥ ଅଛନ୍ତି। ଅନ୍ୟପଟେ ଗୁଜବ ଓ ଡାକ୍ତରଙ୍କ ମନୋବଳକୁ କମାଇବାକୁ ଅପଚେଷ୍ଟା କରୁଥିବା ବ୍ୟକ୍ତିମାନେ ଏଭଳି କାମରୁ ଦୂରେଇ ରହିବା ପାଇଁ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ‌ଯଦି ସଂପୃକ୍ତ ବ୍ୟକ୍ତିମାନେ ଅପପ୍ରଚାରଠାରୁ ଦୂରେଇ ନରହିବେ ତେବେ ସେମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର