ରାୟଗଡା: ରାୟଗଡା ଜିଲ୍ଲାରେ ମିଛ ଚାଷୀ ଗଣତି ପରେ ଏବେ ଆରମ୍ଭ ହୋଇଛି ସେଟେଲାଇଟ ଦ୍ବାରା ଫେକ ଚାଷୀଙ୍କୁ ଖୋଜି ବାହାର କରିବା। ବିଭାଗ ଦ୍ବାରା ମିଳିଥିବା ସୂଚନା ଅନୁଯାୟୀ ଏଥର ଫେକ ଚାଷୀଙ୍କ ସଂଖ୍ୟା ତିନି ଗୁଣା ବଢିବ। ପ୍ରକାଶ ଥାଉକି ଜିଲ୍ଲାରେ ୨୨,୬୮୩ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ୬୫୭ ଜଣ ଫେକ ଚାଷୀ ବାହାରିଥିଲେ। ବର୍ତ୍ତମାନ ମୋଟ ଚାଷୀଙ୍କ ସଂଖ୍ୟା ୨୨,୦୨୬। ତେବେ ବଳକା ରହିଥିବା ଏହି ଚାଷୀଙ୍କ ମଧ୍ୟରୁ ବହୁ ଫେକ ଚାଷୀ ରହିଥିବା ଜାଣିବା ପରେ ଫେକ ଚାଷୀଙ୍କୁ କାଢିବା ପାଇଁ ସେଟେଲାଇଟ ସର୍ଭେ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ସୁଦ୍ଧା ରାୟଗଡା ଜିଲ୍ଲାର ରିପୋର୍ଟ ମିଳିବ ବୋଲି ବିଭାଗ କହିଛି।
ଜିଲ୍ଲାରେ ୪୦ ହଜାର ହେକ୍ଟର ଧାନ ଚାଷ କରାଯାଉଥିବା ବେଳେ ୪୯ ହଜାର ହେକ୍ଟର କପା ଚାଷ କରାଯାଉଛି।ପ୍ରାୟ ୨୦ ହଜାର ମକା ଚାଷ କରାଯାଉଥିବା ବେଳେ ୨୦ ହଜାର ହେକ୍ଟରରେ ମାଣ୍ଡିଆ ଚାଷ କରାଯାଉଛି।ଜିଲ୍ଲାରେ ଚାଷୀ କପା ଚାଷ ପ୍ରତି ମନବଳାଉଥିବାରୁ ଧାନ ଚାଷ ପ୍ରତି ବିମୁଖ ହେଉଛନ୍ତି।କିନ୍ତୁ ଧାନ ଚାଷରୁ ମିଳିଥିବା ଲାଭକୁ ନେବାକୁ ନିଜ ନାମ ଧାନ ଚାଷରେ ମଧ୍ୟ ପଞ୍ଜିକରଣ କରୁଛନ୍ତି। ଫଳରେ କପା ଚାଷରୁ ଲାଭ ଏବଂ ଧାନ ଚାଷରୁ ମଧ୍ୟ ଲାଭ ଉଠାଇବାକୁ ଚେଷ୍ଟା ଆରମ୍ଭ ହୋଇଛି। ତେବେ ସେଟେଲାଇଟ ସର୍ଭେରୁ ପାଣି ଓ ଖିର ଅଲଗା ହେବ ବୋଲି ବିଭାଗ କହିଛି। ଏବେ ନିର୍ବାଚନ ସମୟ ରହିଥିବାରୁ ସରକାର ଆଉ ସାଟେଲାଇଟ ସର୍ଭେ କରିବା ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହେବାରୁ ଚାଷୀ ଏଭଳି ଫେକ ଚାଷ ଜମି ନେଇ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ସରକାରଙ୍କ ଠକି ଦୁଇ ପଟରୁ ଲାଭ ନେବାକୁ ଯୋଜନା କରିଥିବା ଚାଷୀ ଏବେ ଧରାପଡିଯାଇଛନ୍ତି। ପୁଣି ସରକାରଙ୍କ ତରଫରୁ ନକଲି ଚାଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ନକଲି ଚାଷୀଙ୍କ ସଂଖ୍ୟା ବଢୁଥିବା କୁହାଯାଇଛି।
ତେବେ ଜିଲ୍ଲାରେ ୨୨ ହଜାର ଚାଷୀଙ୍କ ଠାରୁ ଆହୁରି ନକଲି ଚାଷୀଙ୍କ ସଂଖ୍ୟା କମିବ ବୋଲି କୁହାଯାଇଛି।ନିର୍ବାଚନୀ ଋତୁ ଆସିଥିବାରୁ ସରକାର ଚାଷୀଙ୍କ ପ୍ରତି ସହାନୁଭୁତି ଦେଖାଇବା ନେଇ ଚର୍ଚ୍ଚା ହେଉଥିବାରୁ ଚାଷୀ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।ରାଜ୍ୟର ଓସିଏସି ସଂସ୍ଥା ଓଆରଏସଓସିକୁ ସାଟେଲାଇଟ ସର୍ଭେ ପାଇଁ ଦାୟୀତ୍ବ ଦେଇଥିବା ଜଣାପଡିଛି। ଇତି ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲାର ସର୍ଭେ ସମାପ୍ତ ହୋଇଥିବା ବେଳେ ଅନ୍ୟ ଜିଲ୍ଲାର ମଧ୍ୟ କିଛି ଦିନରେ ସମାପ୍ତ ହେବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯାଞ୍ଚକୁ ତହସିଲଦାର, ଏଆରସିଏସ, ବ୍ଲକ କୃଷି ଅଧିକାରୀ, ଉଠାଜଳସେନର କନିଷ୍ଠ ଯନ୍ତ୍ରୀ ଏବଂ ଏମଆଇ ବିଭାଗର କନିଷ୍ଠ ଯନ୍ତ୍ରୀ ମିଳିତ ଭାବେ କରିଥାନ୍ତି। କିନ୍ତୁ ଏମାନେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଦାୟୀତ୍ବ ଦେଇ ଚୁପ ରହିଥାନ୍ତି।ତେବେଏହି ଯାଞ୍ଚ ସମୟରେ ମଧ୍ୟ କିଛି ନକଲି ଚାଷୀଙ୍କୁ ଉତ୍କୋଚ ନେଇ ଛାଡି ଦେଇଥିଲେ, ସେମାନେ ସେଟେଲାଇଟ ସର୍ଭେରେ ଧାପଡ଼ିବେ ବୋଲି କୁହାଯାଇଛି। ଆସନ୍ତା ୧୨ ତାରିଖରେ କେତେ ନକଲି ଚାଷୀ ପୁଣି ଧରାପଡିଲେ ତାହା ଜଣାପଡିବ ବୋଲି ଡିଆରସିଏସ କହିଛି।