ମୁମ୍ବାଇରେ ପ୍ରବଳ ବର୍ଷା: ପୂର୍ବତଟ ରେଳବାଇର ୩ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇର ୩ଟି ଟ୍ରେନ ବାତିଲ ହୋଇଥିବା ସୂଚନା ମିଳିଛି। ଟ୍ରେନ ନମ୍ବର ୧୨୧୪୫/୧୨୧୪୬ ଏଲ୍‌ଟିଟି (ମୁମ୍ବାଇ)-ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ ମୁମ୍ବାଇରୁ ରବିବାର (ଅଗଷ୍ଟ ୪, ୨୦୧୯) ଓ ପୁରୀରୁ ମଙ୍ଗଳବାର (ଅଗଷ୍ଟ ୬, ୨୦୧୯) ବାତିଲ ହୋଇଛି।
ସେହିପରି ଟ୍ରେନ ନମ୍ବର ୧୮୫୧୯ ବିଶାଖାପାଟନମ୍‌-ଏଲ୍‌ଟିଟି ଏକ୍ସପ୍ରେସ୍‌ ରବିବାର ବାତିଲ ହୋଇଛି। ଟ୍ରେନ୍‌ ନମ୍ବର ୧୨୮୮୦ ଭୁବନେଶ୍ୱର-ଏଲ୍‌ଟିଟି (ମୁମ୍ବାଇ) ଏକ୍ସପ୍ରେସ୍‌ ଅଗଷ୍ଟ ୫, ୨୦୧୯ (ସୋମବାର) ସୋମବାର ବାତିଲ ହୋଇଛି।

ସମ୍ବନ୍ଧିତ ଖବର