ଇବ୍‌ ଷ୍ଟେସନରେ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ୩ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳମଣ୍ଡଳର ରାଇଗଡ଼ ଓ ଝାରସୁଗୁଡ଼ା ରେଳ ସେକ୍ସନ ଅନ୍ତର୍ଗତ ଇବ୍‌ ଷ୍ଟେସନଠାରେ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ପୂର୍ବତଟ ରେଳପଥରୁ ଛାଡ଼ୁଥିବା କିମ୍ବା ରେଳପଥକୁ ଆସୁଥିବା ୩ଟି ଟ୍ରେନ୍ ବାତିଲ୍‌ କରାଯାଇଛି।

ଭୁବନେଶ୍ୱରଠାରୁ ଚଳିତ ମାସ ୨୨, ୨୬ ଓ ୨୯ ତାରିଖରେ ଏବଂ ମୁମ୍ବାଇ ଏଲଟିଟିରୁ ୨୪, ୨୮ ଓ ଅକ୍ଟୋବର ୧ରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ(୧୨୮୮୦/୧୨୮୭୯), ପୁରୀଠାରୁ ଚଳିତ ମାସ ୨୭ ତାରିଖରେ ଏବଂ ମୁମ୍ବାଇ ଏଲଟିଟିରୁ ୨୯ ତାରିଖରେ ଛାଡ଼ିବାକୁ ଥିବା ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ(୨୨୮୬୬/୨୨୮୬୫) ଏବଂ ବିଶାଖାପାଟଣାରୁ ୨୩, ୨୪ ଓ ୨୭ ତାରିଖରେ ଓ ଅମୃତସରରୁ ୨୪, ୨୫ ଓ ୨୮ ତାରିଖରେ ଛାଡ଼ିବାକୁ ଥିବା ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହୀରାକୁଦ ଏକ୍ସପ୍ରେସ(୨୦୮୦୭/୨୦୮୦୮) ବାତିଲ ରହିବ। ଭାସ୍କୋ-ଡା-ଗାମାରୁ ଚଳିତ ମାସ ୨୩ ତାରିଖରେ ଏବଂ ଜସିଡିହରୁ ଚଳିତ ମାସ ୨୬ ତାରିଖରେ ଛାଡ଼ିବାକୁ ଥିବା ଭାସ୍କୋ-ଡା-ଗାମା-ଜସିଡିହ-ଭାସ୍କୋ-ଡା-ଗାମା ଏକ୍ସପ୍ରେସ୍‌ (୧୭୩୨୧/୧୭୩୨୨) ଉଭୟ ପାର୍ଶ୍ୱରୁ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ସିକନ୍ଦରାବାଦ-ବିଜୟୱାଡା-ଭୁବନେଶ୍ୱର-ନାରାଜ ମାର୍ଥାପୁର-ସମ୍ବଲପୁର ସିଟି ଓ ଝାରସୁଗୁଡ଼ା ମାର୍ଗ ଦେଇ ଚଳାଚଳ କରିବ।

ସମ୍ବନ୍ଧିତ ଖବର