ଭୁବନେଶ୍ବର : ଦକ୍ଷିଣ ପୂର୍ବ ରେଳପଥର ଭଦ୍ରକ-ଖଡ଼ଗପୁର ରେଳ ସେକ୍ସନର ବାଲେଶ୍ୱର ଓ ନୀଳଗିରି ରୋଡ ଷ୍ଟେସନ ମଧ୍ୟରେ ରୋଡ ଓଭର ବ୍ରିଜରେ ଗାର୍ଡର ସ୍ଥାପନ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୩ଟି ଟ୍ରେନ ଦିନକ ଲାଗି ବାତିଲ ହୋଇଛି। ଏଥିସହ ୭ଟି ଟ୍ରେନର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଡିସେମ୍ବର ୨୯ରେ ଉଭୟ ଦିଗରୁ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା ବାଲେଶ୍ୱର-ଭଦ୍ରକ-ବାଲେଶ୍ୱର ମେମୁ(୬୮୦୫୨/୬୮୦୫୧), ଖଡ଼ଗପୁର-ଯାଜପୁର-କେନ୍ଦୁଝର ରୋଡ-ଖଡ଼ଗପୁର ମେମୁ(୬୮୧୦୯/୬୮୧୧୦) ଓ ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ(୧୨୦୭୩/୧୨୦୭୪)। ଏହା ବ୍ୟତୀତ ୨୯ ତାରିଖ ଦିନ ହାଓଡ଼ାରୁ ଛାଡ଼ିବାକୁ ଥିବା ଧଉଳି ଏକ୍ସପ୍ରେସ(୧୨୮୨୧), ଫଲକନାମା ଏକ୍ସପ୍ରେସ(୧୨୭୦୩), ଶତାବ୍ଦୀ ଏକ୍ସପ୍ରେସ(୧୨୨୭୭), ପୁରୀରୁ ଛାଡ଼ିବାକୁ ଥିବା ଶତାବ୍ଦୀ ଏକ୍ସପ୍ରେସ(୧୨୨୭୮) ଓ ଧଉଳି ଏକ୍ସପ୍ରେସ(୧୨୮୨୨), ଖଡ଼ଗପୁରରୁ ଛାଡ଼ିବାକୁ ଥିବା ଖଡ଼ଗପୁର-ଭଦ୍ରକ ମେମୁ ସହ ୨୮ ତାରିଖରେ ଆନନ୍ଦ ବିହାରରୁ ଛାଡ଼ିବାକୁ ଥିବା ନନ୍ଦନକାନନ ଏକ୍ସପ୍ରେସ(୧୨୮୧୬) ଓ ଚେନ୍ନାଇରୁ ଛାଡ଼ିବାକୁ ଥିବା କାରମଣ୍ଡଳ ଏକ୍ସପ୍ରେସ(୧୨୮୪୨) ସମୟରେ ସାମାନ୍ୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବାଲେଶ୍ୱର ଓ ନୀଳଗିରି ରୋଡ ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ ଟ୍ରେନ୍ ବାତିଲ୍, ୭ଟିର ସମୟ ପରିବର୍ତନ
/sambad/media/post_attachments/wp-content/uploads/2019/11/24_11_2019-train_19785363.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)