ବୀରମହାରାଜପୁର : ବୀରମହାରାଜପୁର ବନାଞ୍ଚଳ ବୁଟୁ ଖମନ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ବେଆଇନ ଭାବରେ ମୋରୁମ୍ ଓ ମାଟି ଖୋଳୁଥିବା ବେଳେ ବୀରମହାରାଜପୁର ବନ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୨ଟି ଟ୍ରାକ୍ଟର ଓ ଗୋଟିଏ ଜେସିବିକୁ ଜବତ କରାଯାଇଥିଲା।

Advertisment

publive-image

ବୀରମହାରାଜପୁର ରେଞ୍ଜର ଅବିନାଶ ବରିହାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଜବତ କରାଯାଇଥିବା ସମସ୍ତ ଗାଡ଼ିକୁ ସୁବଳୟା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି। ଏହା ସହିତ ଏହି କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି।