ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ତିନି ଗାଁ ସାମିଲ, ନାମ ବଦଳାଇ କରୁଛି ଭୋଟ୍‌

କୋରାପୁଟ: ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବଡ ଷଡଯନ୍ତ୍ର କରିଛି । କୋଟିଆ ଅଞ୍ଚଳରେ ୩ଟି ଗାଁର ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି। ଏହି ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି ଓ ଫାଟୁ ସିନେରି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ କୋଟିଆରେ ଭିଡିଓ କନଫରେନ୍ସୀ ପୂର୍ବରୁ ଆନ୍ଧ୍ର ପ୍ରଦ‌େଶ ଗ୍ରାମପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ଘୋଷଣା କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତର ତଳ ଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନୋରୀ ଭଳି ତି‌ନୋଟି ଗାଁକୁ ଆନ୍ଧ୍ରସରକାର ନିଜ ଦଖଲକୁ ନେଇ ସେଠାରେ ଆସନ୍ତା ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ବିଜ୍ଞାପ୍ତି ପ୍ରକାଶ କରିଛନ୍ତି।

ଏହି ତିନି ଗାଁର ନାମ ବଦଳଇେ ଦେଇ ଗଞ୍ଜ‌େଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁ ଚେନ୍ନରୁ ପଞ୍ଚାୟତ ଭାବେ ନାମକରଣ କରି ଏହିଠାରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ପକ୍ରିୟା ଆରମ୍ଭ କରିଛନ୍ତି। ସାଲୁର ମଣ୍ଡଳ ଅଧିନସ୍ଥ କୁରୁକୁଟ୍ଟି ଗ୍ରାମପଞ୍ଚାୟତରେ ଗଞ୍ଜ‌େଇବାଦରା ଲୋକେ ମତଦାନ କରିବାକୁ ରହିଥିବାବେଳେ ପଟ୍ଟୁଚେନ୍ନୁରୁ ଓ ପଗୁଲୁ ଚେନ୍ନରୁ ଲୋକେ ଥ‌ୋନମ୍‌ ଗ୍ରାମପଞ୍ଚାୟତରେ ମତଦାନ ସାବ୍ୟସ୍ଥ କରିବେ ବୋଲି ଜଣାପଡିଛି। ତେବେ ଏହି ତିନିଟି ଗାଁରେ ୧୦ହଜାରରୁ ଅଧିକ ଭୋଟର ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର