ସୋର: ବାଲେଶ୍ଵର ଜିଲ୍ଲା ଖଇରା ଥାନା କ୍ଷୀରିପଦା ଵରଗିଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ଅରୁଣ ଦାସଙ୍କ ୩ବର୍ଷ ବୟସର ସାନପୁଅ ହରେକୃଷ୍ଣ ଦାସଙ୍କ ମୃତଦେହ ଏକ ପୋଖରୀ ନିକଟରୁ ଉଦ୍ଧାର କରାଯାଇଛି। ଶିଶୁ ପୁତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।