ବୈପାରିଗୁଡା: ଏକ ଅଭାବନୀୟ ଘଟଣାକ୍ରମରେ ଏକ ୩ ବର୍ଷର ଶିଶୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛି। ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମାର ଗୋପି ଭୁମିଆଙ୍କ ୩ ବର୍ଷର ପୁଅ ସଂଜୟ ଘର ପାଖ ଗାତରେ ଭର୍ତ୍ତି ହୋଇଥିବା ପାଣିରେ ପଡ଼ି ମୃତ୍ୟୁ ହୋଇଛି। ଗୋପୀ ନିଜ ଘର ତିଆରି ପାଇଁ ଘର ପଛ ପାଖରେ ଏକ ଗାତ ଖୋଳିଥିଲେ। ଲଗାଣ ବର୍ଷାରେ ଗାତରେ ପାଣି ଭର୍ତ୍ତି ହୋଇଯାଇଥିଲା। ଗୋପି ଏବଂ ତାଙ୍କ ପରିବାର ଘରେ ରହିଥିବା ବେଳେ ସଂଜୟ ସେମାନଙ୍କ ଅଜାଣତରେ ଘର ପଛକୁ ଚାଲି ଯାଇଥିଲା। ଗୋଡ଼ ଖସିଯିବାରୁ ସଂଜୟ ପାଣି ଭର୍ତ୍ତି ଗାତରେ ପଡ଼ିଯାଇଥିଲା। କିଛି ସମୟ ପରେ ପରିବାରର ଲୋକେ ସଂଜୟକୁ ଘରେ ନ ପାଇ ଖୋଜିଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ସଂଜୟକୁ ଗାତରେ ପଡ଼ିଥିବା ଦେଖି ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସଂଜୟର ମୃତ୍ୟୁ ହୋଇ ସାରିଥିଲା। ବାପା ଗୋପି ଭୁମିଆ ବୈପାରିଗୁଡା ଥାନାରେ ଏସଂପର୍କରେ ଜଣାଇବା ପରେ ଶବକୁ ଜବତ କରିବା ସହ ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ତଦନ୍ତକାରୀ ଅଫିସର ଏଏସ୍ଆଇ ସୁବ୍ରତ ପାଣିଗ୍ରାହୀ ଘଟଣାର ତଦନ୍ତ କରୁଛନ୍ତି।
ପାଣିରେ ବୁଡ଼ି ୩ ବର୍ଷର ଶିଶୁର ମୃତ୍ୟୁ
/sambad/media/post_attachments/wp-content/uploads/2021/12/children.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)