ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

ଶାଳଚୁଆ : କପ୍ତିପଦା ଥାନା ଅନ୍ତର୍ଗତ ସୋଲଗଡ଼ିଆ ନିକଟସ୍ଥ ଶାଳଚୁଆ-କପ୍ତିପଦା ରାସ୍ତାର ବଉଳ ଛକରେ ଦୁର୍ଘଟଣା ଘଟି ଆଜି ସଂଧ୍ୟାରେ ୩ ଜଣ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତ ଯୁବକମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ପରାଶିବାଡ଼ି ଗ୍ରାମର ସୁରେନ୍ଦ୍ର ସିମିନାକିଆଙ୍କ ପୁଅ ରାଜୁ(୨୨), ଧଣିଆ ପଧୁରିଆଙ୍କ ପୁଅ ଭଜ(୨୨) ଓ ସୋଲଗଡ଼ିଆ ଗାଁର ଆନନ୍ଦ ବିଶ୍ବାଳଙ୍କ ପୁଅ ରାଜେନ୍ଦ୍ର (୨୫)। ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଗୋଟିଏ ବାଇକ୍‌ (ଓଡି-୧୧-ଏମ୍‌-୯୬୬୦) ଯୋଗେ ରାଜୁ, ଭଜ ଓ ରାଜେନ୍ଦ୍ର ଶାଳଚୁଆ ହାଟରୁ ଘରକୁ ଫେରୁଥିଲେ। ମାତ୍ର ବଉଳ ଛକରେ ଗୋଟିଏ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରାଜୁ ଓ ଭଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର