ପୋଖରୀରେ ବିଷ ପକାଇ ମାଛ ମାରିଦେଲେ

ବୈତରଣୀରୋଡ : କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ପଞ୍ଚାୟତ ଖଜୁରୀବିନ୍ଧା ଗ୍ରାମରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଖଜୁରୀବିନ୍ଧା ଗ୍ରାମର ମା’ ମଙ୍ଗଳା ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ଖଜୁରୀବିନ୍ଧା ମୌଜାର ଘଣିଗଡ଼ିଆ ପୋଖରୀକୁ ନିଲାମ ନେଇ ମାଛ ଯାଆଁଳ ଛାଡ଼ିଥିଲେ। ଯାଆଁଳ ଛାଡ଼ିବାର କିଛିଦିନ ପରେ ପୂର୍ବରୁ ନିଲାମ ନେଇଥିବା ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କ ସହ ଜାଲୁଆଙ୍କୁ ନେଇ ସେଠାକୁ ମାଛ ଧରିବାକୁ ଯାଇଥିଲେ। ହେଲେ ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ବାରଣ ଯୋଗୁଁ ସେମାନେ ଫେରିଯାଇଥିଲେ। କିଛି ସମୟ ପରେ ଏହି ପୋଖରୀରେ ଯାଆଁଳ ଗୁଡ଼ିକ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ମହିଳା ଗୋଷ୍ଠୀର ସମ୍ପାଦିକା ଛବି ଜେନା କୋରେଇ ଥାନାରେ ଅଭିଯୋଗ କରଥିଲେ। ୪ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ତଦନ୍ତ କରୁନଥିବାରୁ ସମ୍ପାଦିକା ଛବି ଜେନା ଓ ସଦସ୍ୟା ପ୍ରମିଳା ଜେନା, ଯମୁନା ଜେନା, ପପିନା ଜେନାଙ୍କ ସମେତ ଗୋଷ୍ଠୀର ସମସ୍ତ ସଭ୍ୟା କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର