ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଅଭୟପୁର ପଞ୍ଚାୟତର ପରାଜିତ ସରପଞ୍ଚ ପ୍ରାର୍ଥୀ ନିର୍ମଳା ବିଶ୍ବାଳଙ୍କ ଅଚ୍ୟୁତପୁର ଗ୍ରାମସ୍ଥିତ ଘର ଉପରେ ଗତକାଲି ରାତି ପ୍ରାୟ ୧୦ଟାରେ ମଦ ବୋତଲ ଓ ଢେ଼ଲା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର କେତେକ ଯୁବକ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବିଭିନ୍ନ ଧମକ ଦେଇଥିଲେ।
ଏସଂପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏପଟେ ଏହି ଘଟଣାକୁ ପ୍ରତିପକ୍ଷ ଗୋଷ୍ଠୀ ଅସ୍ବୀକାର କରୁଥିବା ବେଳେ ନିର୍ମଳାଙ୍କ ସମର୍ଥକମାନେ ତାଙ୍କ କାର୍କୁ ଗତ ୧୫ ତାରିଖ ରାତିରେ ଢେ଼ଲାମାଡ଼ କରି ଭାଙ୍ଗିରୁଜି ଦେଇଥିବା ପାଲଟା ଅଭିଯୋଗ କରିଛନ୍ତି। ତେବେ ରାଜନୈତିକ ଆକ୍ରୋଶରୁ ଏହି କାଣ୍ତ ଘଟଥିବା ବେଳେ ଗାଁରେ ଚାପା ଉତ୍ତେଜନା ଲାଗିରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)