ଆଜି ସଂଧ୍ୟାରେ ବିଭିନ୍ନ ଜିଲ୍ଲା ପାଇଁ ବଜ୍ରପାତ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ଅପରାହ୍ନ ୫ଟା ପରେ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି। କେତୋଟି ଜିଲ୍ଲାରେ ବଜ୍ରପାତ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବଜ୍ରପାତ ପାଇଁ ସତର୍କ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି କନ୍ଧମାଳ, ଗଞ୍ଜାମ, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ସୋନପୁର।

କନ୍ଧମାଳ ଜିଲ୍ଲାର ରାଇକିଆ, ଦାରିଙ୍ଗିବାଡ଼ି, ଜି. ଉଦୟଗିରି ବ୍ଲକ ପାଇଁ ବିଶେଷ ଭାବେ ସତର୍କ ସୂଚନା ଜାରି ହୋଇଥିବା ବେଳେ ଗଞ୍ଜାମର ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଲକ ପାଇଁ ଆର୍ଥ ନେଟ୍‌ଓ୍ଵର୍କ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ସେହିପରି ଅନୁଗୁଳୁ ଜିଲ୍ଲାର ତାଳଚେର, ଛେଣ୍ଡିପଦା, କିଶୋରନଗର, ଆଠମଲ୍ଲିକ ଓ କଣିଆ ବ୍ଲକ ପାଇଁ ଆର୍ଥ ନେଟ୍‌ଓ୍ଵର୍କ ସତର୍କ ସୂଚନା ଜାରି କରିଥିବା ବେଳେ ଦେବଗଡ଼ ଜିଲ୍ଲାର ରିଆମାଳ, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ, ନାକଟିଦେଉଳ, ବୌଦ୍ଧ ଜିଳ୍ଲାର ହରଭଙ୍ଗା ଏବଂ ବୌଦ୍ଧ ବ୍ଲକ ପାଇଁ ସତର୍କ ସୂଚନା ଜାରି ହୋଇଛି। ସୋନପୁର ଜିଲ୍ଲାର ବୀରମହାରାଜପୁରଠାରେ ବଜ୍ରଘାତ ନେଇ ସତର୍କ ସୂଚନା ଜାରି କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର